ନୂଆ ରୂପରେ ଆଧାରକାର୍ଡ
ନୂଆ ରୂପରେ ଆଧାରକାର୍ଡ
admin
Oct 14, 2020 - 09:03
Updated: Oct 14, 2020 - 09:03
ନୂଆଦିଲ୍ଲୀ: ଆଧାରକାର୍ଡ ଏବେ ନୂଆ ରୂପରେ ଉପଲବ୍ଧ ହେବ । ଏହାକୁ ଏବେ ଯେ କେହି ନିଜ ପର୍ସ କିମ୍ବା ପକେଟରେ ରଖିପାରିବେ । କାରଣ ଏଟିଏମ କାର୍ଡ ଆକାରରେ ଆଧାରକାର୍ଡ ଜାରି କରାଯିବ । ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ୟୁଆଇଡିଏଆଇ ଦେଇଥିବା ସୂଚନା ଅନୁସାରେ ଆଧାରକାର୍ଡରେ ଦିଆଯାଉଥିବା ତଥ୍ୟକୁ ଏବେ ପିଭିସି କାର୍ଡରେ ପି୍ରଣ୍ଟ କରାଯିବ । ଏଥିରେ ସୁରକ୍ଷା ଦୃଷ୍ଟିକୋଣରୁ କୁ୍ୟଆର କୋଡ, ହେଲୋଗ୍ରାମ, ଘୋଷ୍ଟ ଇମେଜ ଏବଂ ମାଇକ୍ରୋ ଟେଷ୍ଟ ଭଳି ଅନେକ ବୈଶିଷ୍ଟ୍ୟ ରହିବ । ଏଭଳି କାର୍ଡ ହାସଲ କରିବା ପାଇଁ ୟୁଆଇଡିଏଆଇ ନିଜ ୱେବସାଇଟରେ ‘ଅର୍ଡର ଆଧାରକାର୍ଡ’ ନାମରେ ଏକ ଲିଙ୍କ ଉପଲବ୍ଧ କରାଇଛନ୍ତି । ଏହା ଉପରେ କ୍ଲିକ କରି ଜଣକୁ ନିଜର ଆଧାର ନମ୍ବର କିମ୍ବା ୧୨ଟିକିଆ ଭର୍ଚୁଆଲ ଆଇଡି ନମ୍ବର କିମ୍ବା ୨୮ ଟିକିଆ ଇଆଇଡି ନମ୍ବର ଦେବାକୁ ହେବ । ତା ପରେ ସେଠାରେ ଉଲ୍ଲେଖ କରାଯାଇଥିବା ଏକ ସିକୁ୍ୟରିଟି କୋଡକୁ ନିର୍ଦ୍ଧାରିତ ବକ୍ସ ଭିତରେ ଏଣ୍ଟର କରିବାକୁ ପଡ଼ିବ । ଏହା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୋବାଇଲ ନମ୍ବରକୁ ଓଟିପି ଯିବ । ଯେଉଁମାନଙ୍କ ମୋବାଇଲ ନମ୍ବର ପଞ୍ଜୀକୃତ ହୋଇନଥିବ, ସେମାନେ ଅଲଗା ମୋବାଇଲ ନମ୍ବର ବି ବ୍ୟବହାର କରିପାରିବେ । ଓଟିପିକୁ ନିର୍ଦ୍ଧାରିତ ବକ୍ସ ଭିତରେ ଏଣ୍ଟର କରି ସବମିଟ କରିବାକୁ ପଡ଼ିବ । ଏହା ପରେ ଆବେଦନକାରୀଙ୍କ ଆଧାର ପିଭିସି କାର୍ଡର ପି୍ରଭୁ୍ୟ ଦେଖିବାକୁ ମିଳିବ । ଅର୍ଥାତ ଆବେଦନକାରୀଙ୍କ ଆଧାର ପିଭିସି କାର୍ଡ କିଭଳି ଦେଖାଯିବ, ତାହା ସେଥିରେ ଦୃଶ୍ୟମାନ ହେବ । ଏହା ପରେ ପେମେଣ୍ଟ ଅପ୍ସନକୁ ଯାଇ ୫୦ ଟଙ୍କା ଜମା କରିବାକୁ ପଡ଼ିବ । ଟଙ୍କା ଜମା କରିବା ପରେ ଆବେଦନକାରୀଙ୍କ ଆଧାର ପିଭିସି କାର୍ଡ ପ୍ରିଣ୍ଟି ପ୍ରକି୍ରୟା ଆରମ୍ଭ ହେବ । ଆବେଦନର ୫ ଦିନ ଭିତରେ ୟୁଆଇଡିଏଆଇ ଆଧାର ପିଭିସି କାର୍ଡରୁ ପି୍ରଣ୍ଟ କରିବ ଏବଂ ପରେ ଡାକଯୋଗେ ଆବେଦନକାରୀଙ୍କ ଠିକଣାରେ ପଠାଇବ ।