ପଞ୍ଜୀକରଣ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ନାଁରେ : କିନ୍ତୁ ଟିକା ନେଇଛନ୍ତି ବାହାର ବ୍ୟକ୍ତି
ପଞ୍ଜୀକରଣ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ନାଁରେ : କିନ୍ତୁ ଟିକା ନେଇଛନ୍ତି ବାହାର ବ୍ୟକ୍ତି
admin
Feb 8, 2021 - 08:53
Updated: Feb 8, 2021 - 08:53
ରାୟଗଡ଼ା: ପଞ୍ଜୀକରଣ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ନାଁରେ । କିନ୍ତୁ ଟିକା ନେଇଛନ୍ତି ବାହାର ବ୍ୟକ୍ତି । ଯାହାଙ୍କ କରୋନା ମୁକାବିଲାରେ କୌଣସି ଭୂମିକା ହିଁ ନାହିଁ । ସ୍ୱାସ୍ଥ୍ୟ ବିଭାଗର ଅହେତୁକ ଅନୁକମ୍ପା ଯୋଗୁ ଜଣେ କି ଦୁଇ ଜଣ ନୁହଁ ଗାଇଡଲାଇନକୁ ଦଳିମକଚି ୨୦ ରୁ ଊଦ୍ଧ୍ୱର୍ ବ୍ୟକ୍ତି ଟିକା ନେଇଛନ୍ତି । ଜେକେ ପୁର ସ୍ଥିତ ଜେକେ କାଗଜକଳର ଡିସପେନସରିରେ ଟିକାକରଣରେ ଏମିତି ଜାଲିଆତି ହୋଇଛି । ତେବେ ଏହି ଟିକା କିଏ ଏବଂ କାହା ନାଁରେ ନେଇଛନ୍ତି ତାହାର ଖୋଳତାଡ଼ ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ ।ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ାରେ ଟିକାରଣ ଧିମେଇ ଥିବା ବେଳେ ଶନିବାରଠୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣରେ ରାୟଗଡ଼ା ପ୍ରଥମ ସ୍ଥାନରେ ରହିଛି । ରାଜସ୍ୱ ଓ ପୁଲିସ ବିଭାଗର କର୍ମଚାରୀଙ୍କ ସମେତ ଅନ୍ୟ କିଛି ପ୍ରମୁଖ ଯୋଦ୍ଧାଙ୍କୁ ମିଶାଇ ସନ୍ଧ୍ୟା ସୁଦ୍ଧା ୬୮୭ ଯୋଦ୍ଧା ଟିକାଗ୍ରହଣ କରିଛନ୍ତି । କିନ୍ତୁ ଏହାରି ଭିତରେ ସ୍ୱାସ୍ଥ୍ୟ ବିଭାଗର କିଛି କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁଁ ହରଡ଼ଘଣାରେ ପଡ଼ିଛି ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ । କୋଭିଡ ଯୋଦ୍ଧାଙ୍କ ବଦଳରେ ଜେକେପୁର ଡିସପେନସରିରେ ବାହାର ଲୋକ ଟିକା ନେଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶାସନ ନିକଟରେ ଅଭିଯୋଗ ପହଞ୍ଚିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତ୍ତବନ୍ଧୁ ନାୟକ ୨୪ ଘଣ୍ଟା ମଧ୍ୟରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲା ଇମୁ୍ୟନାଇଜେସନ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ତଦନ୍ତ ସମୟରେ ୨୦ ରୁ ଊଦ୍ଧ୍ୱର୍ ବ୍ୟକ୍ତି ଗାଇଡ ଲାଇନ ବାହାରେ ଟିକା ନେଇଥିବା ଜଣାପଡ଼ିଛି ।