ପଦାର୍ଥ ବିଜ୍ଞାନରେ ଏହି ତିନି ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର

ପଦାର୍ଥ ବିଜ୍ଞାନରେ ଏହି ତିନି ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର

ପଦାର୍ଥ ବିଜ୍ଞାନରେ ଏହି ତିନି ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର


ପଦାର୍ଥ  ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ପଦାର୍ଥ ବୈଜ୍ଞାନିକ ସୁକୁରୋ ମାନବେ, ଜର୍ଜି ପାରିସ, କ୍ଲାଉସ ହାସଲମାନଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଏନେଇ ବିଧିବିଦ୍ଧ ଭାବରେ ଘୋଷଣା କରାଯାଇଛି । ନୋବେଲ ପୁରସ୍କାର ଘୋଷଣା ପରେ ଜାପାନ, ଜର୍ମାନ ଓ ଇଟାଲିରେ ଖୁସିର ଲହରି ଖେଳିଯାଇଛି । 

ସୂଚନାଯୋଗ୍ୟ ଯେ ଗତକାଲି ଭେଷଜରେ ଚଳିତ ବର୍ଷର ନୋବେଲ ପୁରସ୍କାର ପାଇଁ ଦୁଇ ଆମେରିକୀୟ ବୈଜ୍ଞାନିକ ଡେଭିଡ ଜୁଲିୟସ ଓ ଆର୍ଡେମ ପାଟାପୋଟିଆନଙ୍କୁ ମନୋନୀତ କରାଯାଇଛି । ତାପମାତ୍ରା ଓ ସ୍ପର୍ଶର ରିସେପ୍ଟର ଆବିଷ୍କାର ପାଇଁ ସେମାନଙ୍କୁ ଏହି ପୁରସ୍କାର ଦିଆଯାଉଛି । ଏମାନଙ୍କ ଦ୍ୱାରା ଆବିଷ୍କୃତ ଜ୍ଞାନ ଏକାଧିକ ରୋଗର ଚିକିତ୍ସା ପ୍ରଣାଳୀ ବିକାଶ ପାଇଁ ଉପଯୋଗ କରାଯାଉଛି । ଏପରିକି ଦୀର୍ଘଦିନ ଧରି ଲାଗି ରହିଥିବା ଯନ୍ତ୍ରଣାର ଉପଶମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଗରମ, ଥଣ୍ଡା ଓ ସ୍ପର୍ଶ କିଭଳି ଆମ ସ୍ନାୟବିକ ବ୍ୟବସ୍ଥାକୁ ସଙ୍କେତ ଦେଉଛି ତାହା ଏମାନଙ୍କ ଦ୍ୱାରା ବିକଶିତ ଜ୍ଞାନରୁ ବୁଝାପଡୁଛି । ନୋବେଲ କମିଟି ମହାସଚିବ ଟମା ପେରିମାନଙ୍କ ଦ୍ୱାରା ସୋମବାର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି । ଉକ୍ତ ସମ୍ମାନଜନକ ପୁରସ୍କାର ବାବଦକୁ ଏକ ସ୍ୱର୍ଣ୍ଣପଦକ ଓ ୧୦ ନିୟୁତ ସ୍ୱିଡିଶ କ୍ରୋନର (୧.୧୪ ନିୟୁତ ଡଲାରରୁ ଅଧିକ) ମିଳିବ