ପରକୀୟା ପ୍ରିତି ବିରୋଧ କରିବାରୁ ସ୍ୱାମୀ କୁ ବାନ୍ଧି ବାଡେଇଲେ ସ୍ତ୍ରୀ ।

ପରକୀୟା ପ୍ରିତି ବିରୋଧ କରିବାରୁ ସ୍ୱାମୀ କୁ ବାନ୍ଧି ବାଡେଇଲେ ସ୍ତ୍ରୀ ।

ପରକୀୟା ପ୍ରିତି ବିରୋଧ କରିବାରୁ ସ୍ୱାମୀ କୁ ବାନ୍ଧି ବାଡେଇଲେ ସ୍ତ୍ରୀ ।
ଭୁବନେଶ୍ୱର / ଚନ୍ଦ୍ରଶେଖରପୁର: ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ୱାମୀଙ୍କୁ ବାନ୍ଧି ମାଡ଼ ମରାଯାଇଛି । ଏହି ଘଟଣାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି । ପ୍ରେମିକଙ୍କ ନାମ ଭାଗିରଥୀ ଦାସ (୪୨) । ଘର ସହିଦନଗର ପଥରବନ୍ଧ ବସ୍ତି । ମହିଳା ହେଉଛି ଡମଣା ଅଞ୍ଚଳରେ ରହୁଥିବା ପ୍ରେମଲତା (ଛଦ୍ମନାମ ୩୪) ପୁଲିସ ସୂଚନା ଅନୁଯାୟୀ, ପ୍ରେମଲତାଙ୍କ ସ୍ୱାମୀ ସହିତ ଡମଣା ଅଞ୍ଚଳରେ ରହୁଛନ୍ତି । ତାଙ୍କ ସ୍ୱାମୀ ଜଣେ ରଙ୍ଗମିସ୍ତ୍ରୀ । ଭାଗିରଥୀ ମଧ୍ୟ ଜଣେ ରଙ୍ଗମିସ୍ତ୍ରୀ । ପ୍ରେମଲତାଙ୍କ ସ୍ୱାମୀ ଓ ଭଗିରଥୀ ସାଙ୍ଗ ହୋଇ ରଙ୍ଗକାମ କରନ୍ତି । ଭାଗିରଥୀ ଅଧିକାଂଶ ସମୟରେ ପ୍ରେମଲତାଙ୍କ ଘରକୁ ଯିବା ଆସିବା କରନ୍ତି । ଏହା ଭିତରେ ପ୍ରେମଲତାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରେମଲତାଙ୍କ ସ୍ୱାମୀ ଘରେ ନଥିବା ବେଳେ ଭାଗିରଥୀ ଲୁଚିଛପି ତାଙ୍କ ଘରକୁ ଆସନ୍ତି । ଗତ ୨୦ ତାରିଖ ସନ୍ଧ୍ୟାରେ ଭାଗିରଥୀ ପ୍ରେମଲତାଙ୍କ ଘରକୁ ଆସିଥିଲେ । ଉଭୟ ଘର କବାଟ ବନ୍ଦ କରି ଭିତରେ ଥିଲେ । ପ୍ରେମଲତାଙ୍କ ସ୍ୱାମୀ କାମରୁ ଫେରିବା ବେଳକୁ ଭିତର ପଟୁ କବାଟ ବନ୍ଦ ଥିବା ଦେଖି କବାଟ ଭାଙ୍ଗି ଭିତରେ ପଶିଥିଲେ । ପ୍ରେମଲତା ଓ ଭାଗିରଥୀଙ୍କୁ ଏକାଠି ଦେଖି ସେ ରାଗି ଉଠିଥିଲେ । ଉଭୟଙ୍କୁ ମାଡ଼ ମାରିବାକୁ ଉଦ୍ୟମ କରୁଥିବା ବେଳେ ପ୍ରେମଲତା ଓ ଭାଗିରଥୀ ମିଶି ତାଙ୍କୁ ବାନ୍ଧି ମାଡ଼ ମାରିଥିଲେ । ଏ ନେଇ ପ୍ରେମଲତାଙ୍କ ସ୍ୱାମୀ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ଚଳାଇଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଗତକାଲି ରାତିରେ ପୁଲିସ ପ୍ରେମଲତା ଓ ଭାଗିରଥୀଙ୍କୁ ଗିରଫ କରିଥିଲା ଏବଂ କୋର୍ଟ ଚାଲାଣ ମଧ୍ୟ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।