ପୂର୍ବତନ ତହସିଲଦାର ମଧୁସ୍ମିତା ସିଂଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW
ମୟୁରଭଞ୍ଜ ଜିଲ୍ଲା ଜାମଦାର ପୂର୍ବତନ ତହସିଲଦାର ମଧୁସ୍ମିତା ସିଂ. ସରକାରୀ ଅର୍ଥ କୁ ଆତ୍ମସାତ କରିବା ଅଭିଯୋଗରେ ମଧୁସ୍ମିତା ଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW
1. ପୂର୍ବତନ ତହସିଲଦାର ମଧୁସ୍ମିତା ସିଂଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW
ଟଙ୍କା ହେରଫେର ଅଭିଯୋଗରେ ଗିରଫ ହେଲେ ମୟୁରଭଞ୍ଜ ଜିଲ୍ଲା ଜାମଦାର ପୂର୍ବତନ ତହସିଲଦାର ମଧୁସ୍ମିତା ସିଂ. ସରକାରୀ ଅର୍ଥ କୁ ଆତ୍ମସାତ କରିବା ଅଭିଯୋଗରେ ମଧୁସ୍ମିତା ଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW. ମୟୁରଭଞ୍ଜ ରୁ ମଧୁସ୍ମିତା ଙ୍କୁ ଗିରଫ କରିବା ପରେ ଆସନ୍ତା କାଲି ଝାରସୁଗୁଡା OPID କୋର୍ଟ ରେ ହଜାର କରିବ ତଦନ୍ତକାରୀ ଟିମ. EOW ଆଇ.ଜି ସାର୍ଥକ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି, ଗତ ଅଗଷ୍ଟ 18 ତାରିଖ ରେ ବେଲପାହାଡ଼ NAC ର ଆକାଉଣ୍ଟାଣ୍ଟ ବିଭୁତି ସାହୁ ଓ ସାନିଟେସନ ଏକ୍ସପର୍ଟ ବିଶ୍ୱ ରଞ୍ଜନ ମହାଲିକ ନାମରେ ମାମଲା ରୁଜୁ ହୋଇଥିଲା. ବିଭୁତି ଙ୍କୁ ପୋଲିସ ଗିରଫ କରିଥିଵା ବେଳେ ବିଶ୍ୱ ରଂଜନ ଫେରାର ରହିଛନ୍ତି. ଘଟଣା ରେ ଗତ 23 ତାରିଖ ରେ EOW ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା. ତଦନ୍ତ ବେଳେ EOW ଜାଣିବାକୁ ପାଇଲା ଉନ୍ନତି ସ୍କିମ ଜରିଆରେ ଦୁଇ କୋଟି ଟଙ୍କା NAC ପାଇଁ ଖର୍ଚ୍ଚ କରିବାକୁ ଆସିଥିଲା. ହେଲେ ଡେଭଲପମେଣ୍ଟ ପାଇଁ ଆସିଥିବା ଟଙ୍କା କୁ ଅନ୍ୟ ଉପାୟରେ ଖର୍ଚ୍ଚ ହୋଇଥିଲା. ଆଉ ଏହା ପଛ ରେ ତତ୍କାଳୀନ ବେଲପାହାଡ଼ NAC ର କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ମଧୁସ୍ମିତା ସିଂ ଙ୍କ ଭୂମିକା ସାମ୍ନାକୁ ଆସିଥିଲା. ମଧୁସ୍ମିତା ପୁରା ଟଙ୍କା ହେରେଫର ଘଟଣା ରେ ମାଷ୍ଟରମାଇଣ୍ଡ ଥିଲେ. ତେଣୁ EOW ତଦନ୍ତ କରି ଜାଣିବାକୁ ପାଇଲା, ଡେଭଲମେଣ୍ଟ ପାଇଁ ଆସିଥିବା ଟଙ୍କାରେ 200ଟି ଲାଇଟ ଲଗାଯାଇଥିବା ନେଇ ଜଣା ପଡିଥିଲା. ହେଲେ ସେଥିରେ 22 ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଜଣା ପଡିଥିଲା. ସେହିପରି 15 ତମ ଫାଇନାନ୍ସ କମିଶନ ରେ ଆସିଥିବା ଟଙ୍କା କେମିକାଲ କିଣିବା ନାଁରେ କୋଟିଏ ଟଙ୍କା ହେରଫେର ହୋଇଛି. ଯେଉଁଥିରେ ଦୁଇଟା କମ୍ପାନୀ କୁ ସେ ଅନୁକମ୍ପା ଦେଖାଇ ଥିଲେ କେମିକାଲ କିଣିବା ପାଇଁ ବୋଲି ଜଣା ପଡିଥିଲା. ସେପଟେ ଗିରଫ ପରେ ତାଙ୍କ ଅଧୀନରେ ଚାଲିଥିବା ଅନ୍ୟ ପ୍ରକଳ୍ପ ଗୁଡିକୁ ନେଇ ଅଡିଟ ଚାଲିଛି. ଯଦି ଅନ୍ୟ କେଉଁ ସ୍କିମ ରେ ଘୋଟଲା ହୋଉଛି ସେନେଇ ମଧ୍ୟ ତଦନ୍ତ ହେବ. ଆବଶ୍ୟକ ପଡିଲେ ଭିଜିଲାନ୍ସ କୁ ଚିଠି ଲେଖିବୁ ବୋଲି କହିଛନ୍ତି EOW ଆଇଜି ସାର୍ଥକ ଷଡ଼ଙ୍ଗୀ।





Jyoti Ranjan
