ପରିବହନ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ପରିବହନ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ପରିବହନ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ବଲାଙ୍ଗୀର: ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଥମୁନି। ଯେ ପର୍ଯ୍ୟନ୍ତ ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ବହିଷ୍କାର ନହବା ଓ ମମିତା ମୃତୁ୍ୟ ମାମଲାର ସିବିଆଇ ତଦନ୍ତ ନକରିବା ଯୋଗୁଁ ତାତି ଉଠିଛନନ୍ତି ବିରୋଧୀ । ଯୁଆଡେ ଶାସକ ଦଳର ନେତା ଯାଉଚନ୍ତି, ତାଙ୍କ ଉପରେ ଅଣ୍ଡାମାଡ, କଳାପତାକା ପ୍ରଦର୍ଶନ, ନାରାବାଜି ସହ କୁଶପୁତ୍ତଳିକା ମଧ୍ୟ ଦାହ କରୁଛନ୍ତି ବିରୋଧୀ । 



ତେବେ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି ବିରୋଧୀ । ନାରାୟଣଟିକ୍ରା ଠାରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ ହୋଇଛି । ସୂଚନା ଅନୁସାରେ ମନ୍ତ୍ରୀ ପଦ୍ମନାଭ ବେହେରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟିବାକୁ  ଚଢେଇପଙ୍କକୁ ଯାଉଥିବା ସମୟରେ ଅଣ୍ଡାମାଡ ହୋଇଛି । ଏଥିପାଇଁ ପୋଲିସ୍ ଘଟଣା ସ୍ଥଳରୁ ୨ଜଣ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିବା ଜଣାପଡିଛି ।