ପରୀ ହତ୍ୟା ଘଟଣା : ଡେମୋ ଦେଖାଇଲା ଅଭିଯୁକ୍ତ ସରୋଜ
ପରୀ ହତ୍ୟା ଘଟଣା : ଡେମୋ ଦେଖାଇଲା ଅଭିଯୁକ୍ତ ସରୋଜ
admin
Dec 24, 2020 - 09:36
Updated: Dec 24, 2020 - 09:36
ଭୁବନେଶ୍ୱର : ନାବାଳିକା ପରୀ ହତ୍ୟା ଅଭିଯୁକ୍ତ ସରୋଜ ସେଠୀ ଆଜି ଡେମୋ ପ୍ରଦର୍ଶନ କରିଛି। ସେ ହତ୍ୟା ପରେ ପରୀର ଶବକୁ କିଭଳି ନେଇ ଫିଙ୍ଗିଲା, ସେ ସବୁର ଅଭିନୟ କରି ଦେଖାଇଥିଲା। ସରୋଜ ପ୍ରତିଦିନ ପର୍ଣ୍ଣ ଦେଖୁଥିଲା । ବିଶେଷକରି ଚାଇଲଡ଼ ପର୍ଣ୍ଣ ଦେଖୁଥିଲା । ତେଣୁ ପରୀକୁ ଏକୁଟିଆ ପାଇ ଦୁଷ୍କର୍ମ ଉଦ୍ୟମ କରିଥିଲା । କିନ୍ତୁ ପରୀ ଚିକôାର କରିବାକୁ ତାକୁ ମାରି ଦେଇଥିଲା ସରୋଜ । ପରେ ପରୀର ମୃତ ଦେହ ସହ ଦୁଷ୍କର୍ମ ବି କରିଥିଲା । ବୋଥ୍ରାଙ୍କ ଏଭଳି ବୟାନ ବେଶ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ତା ମା’ଙ୍କ ବୟାନ ବି ଚର୍ଚ୍ଚା ସୃଷ୍ଟି କରିଛି ।
ସରୋଜ ମା’ କହିଛନ୍ତିଯେ, ତାଙ୍କ ପୁଅ ମୋବାଇଲରେ ଭଜନ ଶୁଣେ । ତା ନାମରେ ଯେଉଁ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ମିଛ । ତାକୁ ଫସାଇ ଦିଆଯାଉଛି । ଅପରପକ୍ଷରେ ବୋଥ୍ରା କହିଛନ୍ତିଯେ, ଏସଆଇଟି ତଦନ୍ତ ଦାୟିତ୍ୱ ନେବା ପରେ ବୋଥ୍ରାଙ୍କ ସମ୍ପର୍କରେ ଗୁଗୁଲରୁ ସର୍ଚ୍ଚ କରି ବହୁ କଥା ଜାଣିବାକୁ ଚେଷ୍ଟା କରିଥିଲା ସରୋଜ । ପରୀର ବାପା ମଧ୍ୟ ପୂର୍ବରୁ ସରୋଜ ସେମିତି କରିନଥିବ ବୋଲି କହିଥିଲେ ।
ପରୀ ଘଟଣାକୁ ନେଇ ଏବେ ରାଜ୍ୟ ଉଠୁଛି ପଡ଼ୁଛି । ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରି ଜେଲ ପଠାଇ ଦିଆଯାଇଛି । ତେବେ ତା’ର ଗାମୁଛାରୁ ବଡ଼ ପ୍ରମାଣ ମିଳିବ ବୋଲି ଆଶା ରଖିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।
ପରୀ ଘଟଣାରେ ସରୋଜକୁ ଗିରଫ କରାଯାଇଛି । ଜାମୁକୋଳି ଖାଇବାକୁ ଡାକି ନେଇ ପରୀକୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା । କିନ୍ତୁ ପରୀ ଚିକôାର କରିବାରୁ ସରୋଜ ତାକୁ ତଂଟି ଚିପି ହତ୍ୟା କରିଥିଲା । ପରୀର ଶବକୁ ବି ଦୁଷ୍କର୍ମ କରିଥିଲା ସରୋଜ । ପୂର୍ବରୁ ବୋଥ୍ରାଙ୍କ ଏଭଳି ତଥ୍ୟ ସମସ୍ତଙ୍କୁ ଚକିତ କରିଦେଇଥିଲା ।
ଏବେ ପରୀର ଶବ ଯେଉଁ ପୋଖରୀରେ ଥିଲା ତାହାକୁ ଶୁଖାଯାଇ ଲେଗନିସ ଉଦ୍ଧାର କରାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ସରୋଜର ଗାମୁଛା । ସରୋଜର ଗାମୁଛାରୁ ହିଁ ପରୀର ରକ୍ତ ପୋଛା ଯାଇଥିଲା । ଏକଥା କହିଛନ୍ତି ବୋଥ୍ରା । ସେ କହିଛନ୍ତିଯେ, ପରୀକୁ ହତ୍ୟା କରିବା ପରେ ସରୋଜ ଯେଉଁ ଗାମୁଛାରେ ପୋଛିଥିଲା ସେହି ଗାମୁଛାକୁ ଜବତ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଘଟଣା ପରେ ଗାମୁଛାକୁ ସାବୁନରେ ଅନେକ ଥର ଧୂଆଯାଇଛି । ଯେତେ ଧୋଇଲେ ବି ରକ୍ତ ଦାଗ ରହି ଯାଇଥାଏ । ସରୋଜର ଗାମୁଛା ଓ ଲେଗନିସକୁ ଲାବକୁ ପଠାଯାଇଥିବାବେଳେ ପରୀକ୍ଷା ପରେ ଅଧିକ ତଥ୍ୟ ମିଳିବ ବୋଲି ବୋଥ୍ରା କହିଛନ୍ତି । ଏଥିରୁ ବଡ଼ ପ୍ରମାଣ ମିଳିବ ବୋଲି ବୋଥ୍ରା ପ୍ରକାଶ କରିଛନ୍ତି ।