ପର୍ଦ୍ଧାଫାସ : ଛଅ ବର୍ଷ ନାବାକାଳିକୁ ଦୁଷ୍କର୍ମ ପରେ ହତ୍ୟା
ପର୍ଦ୍ଧାଫାସ : ଛଅ ବର୍ଷ ନାବାକାଳିକୁ ଦୁଷ୍କର୍ମ ପରେ ହତ୍ୟା
ଦଶପଲ୍ଲା/ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ଧୁନ୍ଦୁଗାଡ଼ିଆ ଗ୍ରାମର ଶିଶୁକନ୍ୟା ବେବି ନାୟକ(୬) ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଧାଫାସ କରିଛି ପୁଲିସ । ପୁଲିସ ଗୁରୁବାର ବେବିର ଗଳିତ ଶବକୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରିଥିବା ବେଳେ ହତ୍ୟାକାଣ୍ଡ ଓ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗ୍ରାମର ସାଗର ଦଳେଇ(୨୦)କୁ ଗିରଫ କରିଛି । ଗତ ୧୨ ତାରିଖ ମଧ୍ୟାହ୍ନ ସମୟରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ବେବିକୁ ମୋବାଇଲ୍ ଦେଖାଇବା ବାହାନା କରି ଅଭିଯୁକ୍ତ ସାଗର ଗ୍ରାମଠାରୁ ପ୍ରାୟ ୧ କିମି ଦୂର ଏକ ପରିତ୍ୟକ୍ତ ସ୍ଥାନକୁ ନେଇଯାଇଥିଲା । ସେଠାରେ ଅଭିଯୁକ୍ତ ବେବିକୁ ମୋବାଇଲ ଦେଖାଇବା ବାହାନାରେ ଦୁଷ୍କର୍ମ କରିଥିଲା । ଏକଥା କାଳେ ବେବି ବାହାରେ ପ୍ରଘଟ କରିଦେବ ସେହି ଭୟରେ ଏକ ପ୍ଲାଷ୍ଟିକ ରଶିରେ ବେବିର ବେକକୁ ଚିପି ହତ୍ୟା କରିଥିଲା ।




admin 