ପାକିସ୍ତାନକୁ ଅର୍ଥ ଓ ତୈଳ ଋଣ ଆକାରରେ ଦେବାକୁ ମନା କଲା ସାଉଦି

ପାକିସ୍ତାନକୁ ଅର୍ଥ ଓ ତୈଳ ଋଣ ଆକାରରେ ଦେବାକୁ ମନା କଲା ସାଉଦି

ପାକିସ୍ତାନକୁ ଅର୍ଥ ଓ ତୈଳ ଋଣ ଆକାରରେ ଦେବାକୁ ମନା କଲା ସାଉଦି
ନୂଆଦିଲ୍ଲୀ: ପାକିସ୍ତାନ ଓ ସାଉଦି ଆରବ ଭିତରେ ଥିବା ଦୀର୍ଘ ବର୍ଷର ସମ୍ପର୍କ ଏବେ ତୁଟି ଯାଇଛି । ଏହାର ପରିଣାମ ସ୍ୱରୂପ ସାଉଦି ଆରବ ସରକାର ପାକିସ୍ତାନକୁ ଆଉ କୌଣସି ପ୍ରକାର ସହାୟତା ଦେବାକୁ ମନା କରିଛନ୍ତି । ପାକିସ୍ତାନକୁ ଭବିଷ୍ୟତରେ ଋଣ ଆକାରରେ ନଗଦ ଅର୍ଥ କିମ୍ବା ଇନ୍ଧନ ତୈଳ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଖାଲି ସେତିକି ନୁହେଁ, ସାଉଦି ପୂର୍ବରୁ ପାକିସ୍ତାନକୁ ଯେଉଁ ଋଣ ଦେଇଥିଲା ତାହାକୁ ବି ତୁରନ୍ତ ଫେରସ୍ତ କରିବାକୁ ତା ଉପରେ ଚାପ ପକାଉଛି । ସାଉଦି ଆରବ ୨୦୦୮ ନଭେମ୍ବରରେ ପାକିସ୍ତାନକୁ ୬.୨ ବିଲିୟନ ଡଲାରର ଋଣ ଦେବାକୁ ବୁଝାବଣା କରିଥିଲା । ଏଥିରୁ ୩ ବିଲିୟନ ଡଲାରର ନଗଦ ଆକାରରେ ପାକିସ୍ତାନକୁ ଦିଆଯାଇଥିଲା ବେଳେ ବାକି ୩.୨ ବିଲିୟନ ଡଲାର ମୂଲ୍ୟର ଇନ୍ଧନ ତୈଳ ଯୋଗାଇ ଦିଆଯାଇଥିଲା । କିନ୍ତୁ ଏବେ ସାଉଦି ସରକାର ସେଇ ଋଣ ଫେରସ୍ତ କରିବାକୁ ଦାବି କରିଛନ୍ତି । ଫଳରେ ପାକ ସରକାର ଚୀନ ଠାରୁ ୧ ବିଲିୟନ ଡଲାର ଋଣ ଆଣି ସାଉଦିକୁ ଦେଇଛନ୍ତି । ଆଉ ଏକ ରିପୋର୍ଟରେ କୁହାଯାଇଛି ଯେ ସାଉଦି ଆରବ ସହିି ବିଗିଡ଼ିଥିବା ସମ୍ପର୍କକୁ ସୁଧାରିବା ପାଇଁ ପାକ୍ ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଆସନ୍ତା ସପ୍ତାହରେ ସେଠାକୁ ଯିବେ ।