ପାକିସ୍ତାନୀ ଗୁଲାବ ପାକିସ୍ତାନ ମୁହାଁ

ପାକିସ୍ତାନୀ ଗୁଲାବ ପାକିସ୍ତାନ ମୁହାଁ

ପାକିସ୍ତାନୀ ଗୁଲାବ ପାକିସ୍ତାନ ମୁହାଁ


ଭୁବନେଶ୍ୱର: ପାକିସ୍ତାନ ନାମକରଣ କରିଥିବା ବାତ୍ୟା ‘ଗୁଲାବ’ (ଗୁଲ୍-ଆବ୍) ପାକିସ୍ତାନ ମୁହାଁ । ଗୁଲାବ ବଙ୍ଗୋପସାଗରରେ ବାତ୍ୟା ହୋଇ ଓଡ଼ିଶା-ଆନ୍ଧ୍ରକୁ ହାଲୁକା ପ୍ରଭାବିତ କରିଥିଲା । ହେଲେ ଏ ବାତ୍ୟା ଛତିଶଗଡ଼ ଦେଇ ପଳାଇବା ପରେ ଏପଟେ ପ୍ରଭାବ କମିଗଲା । ବେଳକୁ ବେଳ ବାତ୍ୟା ଦୁର୍ବଳ ହୋଇଗଲା । ବାତ୍ୟାରୁ ଖସିଗଲା ଲଘୁଚାପକୁ। ଏବେ ପୁଣି ସେଇ ଲଘୁଚାପ ଯାଇ ପହଞ୍ଚିିଲାଣି ଆରବ ସାରଗରେ । ଗୁଜରାଟ ଉପକୂଳରେ ବଳ ଜୁଟାଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଯାହା, ଏବେ ପୁଣି ସେ ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ । ମୁହାଁଇବ ପାକିସ୍ତାନ-ମାର୍କଣ ଉପକୂଳ ଆଡ଼କୁ ।

  ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଉତ୍ତର ପୂର୍ବ  ଆରବ ସାଗରରେ ଗୁଜରାଟ ଉପକୂଳରେ ଥିବା ଲଘୁଚାପ ଅବପାତ ରୂପ ନେଇଛି । ଦ୍ୱରିକାଠାରୁ ୬୦ କିମି ଦୂରରେ ଅଛି । ଏହା ୨୮ କିମି ବେଗରେ ଗତି କରୁଛି । ପାକିସ୍ତାନର କରାଚିର ପୂର୍ବ-ଦକ୍ଷିଣ ପୂର୍ବରେ ୨୮୦ କିମି ଓ ଇରାନର ଛବର ବନ୍ଦରଠାରୁ ପୂର୍ବ-ଦକ୍ଷିଣ ପୂର୍ବରେ ୮୬୦ କିମି ଦୂରରେ ଅଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ସନ୍ଧ୍ୟାବେଳକୁ ଗଭୀର ଅବପାତ ରୂପ ନେବ । ତା’ପର ୨୪ ଘଣ୍ଟା ଭିତରେ ବାତ୍ୟାରେ ପରିଣତ ହେବ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ପାକିସ୍ତାନ-ମର୍କାଣ ଉପକୂଳ ଆଡ଼କୁ ମୁହାଁଇବ । ଭାରତୀୟ ଉପକୂଳରୁ ଦୂରେଇ ଯିବ । ଏହି ସମ୍ଭାବ୍ୟ ବାତ୍ୟା ବଙ୍ଗୋପସାଗରଠାରୁ ଅଧିକ ଶକ୍ତିଶାଳୀ ହେବ । ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ) ରୂପ ନେଇପାରେ । ଏହା ପ୍ରଭାବରେ ୯୦ରୁ ୧୧୦ କିମି ବେଗରେ ପବନ ବହିବା ଆଶଙ୍କା ଅଛି ।