ପାଠ୍ୟ ପୁସ୍ତକରେ ନାଥୁରାମ ପ୍ରସଙ୍ଗରେ କମ୍ପିଲା ଗୃହ

ପାଠ୍ୟ ପୁସ୍ତକରେ ନାଥୁରାମ ପ୍ରସଙ୍ଗରେ କମ୍ପିଲା ଗୃହ

ପାଠ୍ୟ ପୁସ୍ତକରେ ନାଥୁରାମ ପ୍ରସଙ୍ଗରେ କମ୍ପିଲା ଗୃହ
ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେସନର ତୃତୀୟ ଦିନରେ ଗାନ୍ଧିଜୀଙ୍କ ମୃତୁ୍ୟ ଆକସ୍ମିକ ହୋଇଥିବା ଲେଖାକୁ ନେଇ କଡ଼ା ବିରୋଧ କରାଯାଇଛି । ପାଠ୍ୟ ପୁସ୍ତକରେ ନାଥୁରାମ ପ୍ରସଙ୍ଗରେ ବିଧାନସଭା କମ୍ପିଛି । ଏହି ଅବସରରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, ବିଜେଡି- ବିଜେପି ମଧ୍ୟରେ ଏବେ ସଲାସୁତୁରା ଚାଲିଛି । ତେବେ ବହିରେ ଯଦି ସରକାର ଜାଣି ଏ ସମ୍ପର୍କରେ ଛାପିଛନ୍ତି ତେବେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଯଦି ଅଜାଣତରେ ଛପା ଯାଇଛି, ତେବେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି । ଅନ୍ୟପକ୍ଷରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାଶପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତୁ୍ୟ ମାମଲାରେ ତାଙ୍କ ବାପା ଦେଇଥିବା ବୟାନର ତଦନ୍ତ ଦାବି କରିଛନ୍ତି ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ଯେ, ଜଣେ ପୁଲିସ ଅଫିସରଙ୍କ କଥାରେ ଆତ୍ମହତ୍ୟା ଲେଖିଥିବା କହିଥିଲେ ତାଙ୍କ ବାପା । ଘଟଣାକୁ ନେଇ ସନେ୍ଦହ ବଢୁଛି । ସ୍ମିତାରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ନେଇ ଆମେ ସନେ୍ଦହ କରୁଛୁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।