ପାରାଦୀପ୍ ବନ୍ଦର 104.55 ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ରେକର୍ଡ

ପାରାଦୀପ୍ ବନ୍ଦର 104.55 ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ରେକର୍ଡ

ପାରାଦୀପ୍ ବନ୍ଦର 104.55 ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ରେକର୍ଡ
ପାରାଦୀପ : (ଲକ୍ଷ୍ମୀନାରାୟଣ ସାହୁ ) : 2020 - 2021 ଆର୍ଥିକ ବର୍ଷରେ ପାରାଦୀପ୍ ବନ୍ଦର 104.55 ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ଚତୁର୍ଥ ବର୍ଷ ପାଇଁ ରେକର୍ଡ ସୃଷ୍ଟି କରିପାରିଛି | ଗତକାଲି ମାର୍ଚ 31 ତାରିକ୍ ଆର୍ଥିକ ବର୍ଷ ର ଶେଷ ଦିନ ସାରିଥିବା ବେଳେ ଆଜି ବନ୍ଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୀତ କୁମାର ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୁଣି 100 ମିଲିୟନ ମେଟ୍ରିକ୍ ଟନ୍ ଅତିକ୍ରମ କରିଥିବା ସୂଚନା ଦେଇଛନ୍ତି | ଗତ ଆର୍ଥିକ ବର୍ଷରେ ବାତ୍ୟା ଅମ୍ପାନ ଓ କରୋନା କଟକଣା ସତ୍ତ୍ୱେ ପାରାଦୀପ୍ ବନ୍ଦର କର୍ତ୍ତୁପକ୍ଷ ଉତ୍ତମ୍ ଶୈଳୀ ରେ କାର୍ଯ୍ୟ ସମ୍ପାଦନା କରିବା ହେତୁ ଏହି ସଫଳତା ମିଳିଥିବା ସେ ପ୍ରକାଶ କରିଛନ୍ତି | ସର୍ବଭାରତୀୟ ସ୍ତରରେ ପାରାଦୀପ୍ ବନ୍ଦର କ୍ରମାଗତ ଦିତୀୟ ସ୍ତାନ ଅଧିକାର କରିଆସୁଥିବା ବେଳେ ଏଥିପାଇଁ ବନ୍ଦର ଅଧ୍ୟକ୍ଷ ସମସ୍ତ୍ କର୍ମଚାରୀ , ବ୍ୟବହାରିକ ସଂସ୍ଥା , ଶ୍ରମିକ ମାନଙ୍କୁ ଶ୍ରେୟ ଦେଇଛନ୍ତି | ଗତ ଆର୍ଥିକ ବର୍ଷ ତୁଳନା ରେ ଏହି ଆର୍ଥିକ ବର୍ଷରେ ପାରାଦୀପ୍ ବନ୍ଦର ମୋଟ 2 ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କ୍ଷମତା ହାସଲ କରି ତାକୁ ସମ୍ପୂର୍ଣ୍ଣ କରିଥିବା ଓ ମୋଟା 750 କୋଟି ଲାଭ କରିଥିବା ଜଣାପଡିଛି |