ପିଉଛନ୍ତି କି ଅଧିକ କୋଲ୍ଡ ଡ଼୍ରିଙ୍କସ ହୋଇପାରେ ଘାତକ
ପିଉଛନ୍ତି କି ଅଧିକ କୋଲ୍ଡ ଡ଼୍ରିଙ୍କସ ହୋଇପାରେ ଘାତକ
ଭୁବନେଶ୍ୱର: ମୃଦୁ ପାନୀୟ ବା କୋଲ୍ଡ ଡ଼୍ରିଙ୍କସ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଜାଣି ମଧ୍ୟ ଲୋକେ ପିଉଛନ୍ତି । ଘରକୁ ଗେଷ୍ଟ ଆସିଲେ ସଙ୍ଗେସଙ୍ଗେ ଅଣାଯାଏ କୋଲ୍ଡଡ଼ି୍ରଙ୍କସ୍ । ଏହା ସହିତ ଅଧିକାଂଶ ଲୋକେ ଖରାଦିନରେ ଘରେ ଫ୍ରିଜରେ ଭର୍ତ୍ତି କରି ରଖନ୍ତି କୋଲ୍ଡ ଡ଼୍ରିଙ୍କସ୍ । ମୃଦୁ ପାନୀୟ ପିଇବା ଅନେକଙ୍କର ଏକ ଅଭ୍ୟାସ। କିନ୍ତୁ କୋଲ୍ଡ ଡ଼୍ରିଙ୍କସ୍ ଏକ ଅଭ୍ୟାସରେ ପରିଣତ ହୋଇଗଲେ ତାହା ସଂପୃକ୍ତ ବ୍ୟକ୍ତିଙ୍କର ଖାଇବା ଧାରାକୁ ପ୍ରଭାବିତ କରିଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି।
କେବଳ ସେତିକି ନୁହେଁ ଓଜନ ବଢ଼ାଇବାରେ ଏହା ମଧ୍ୟ କେତେକାଂଶରେ ସହାୟକ ହୋଇଥାଏ ବୋଲି ଏଭଳି ଗବେଷଣା କରିଥିବା ୟୁନିଭର୍ସିଟି ଅଫ୍ ସିଡ୍ନୀର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।
ପ୍ରାୟ ନିମୟିତ ମୃଦୁପାନୀୟ ପିଉଥିବା କିଛି ବ୍ୟକ୍ତିଙ୍କର ଖାଇବା ଧାରାକୁ ସେମାନେ ତନ୍ନ ତନ୍ନ କରି ତର୍ଜମା କରିବା ପରେ ଏଭଳି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ମେଦବହୁଳତା ସମସ୍ତଙ୍କ ଚିନ୍ତାର କାରଣ ସାଜିଛି।
ଉକ୍ତ ୟୁନିଭର୍ସିଟିର ଗବେଷକଙ୍କ ମତରେ ମୃଦୁ ପାନୀୟରେ ‘ସୁକ୍ରୋଜ’ ନାମକ ତତ୍ତ୍ୱ ରହିଛି ଯାହା ମେଦବହୁଳତା ବୃଦ୍ଧି କରିଥାଏ। ତା’ସହ ଭୋକ ପରିମାଣକୁ ଏହା ମଧ୍ୟ ବଢ଼ାଇ ଦେଇଥାଏ।
ଯଦି ମୃଦୁ ପାନୀୟରେ ମିଠା ଅଂଶ ଆବଶ୍ୟକତାଠାରୁ ଅଧିକ ରହିଲା ତେବେ ତାହା ମସ୍ତିଷ୍କର କାର୍ଯ୍ୟଧାରାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।




admin 