ପିପିଲି ଉପନିର୍ବାଚନ ପାଇଁ ୧୦ ଜଣ ପ୍ରାର୍ଥୀ : ସିଇଓ

ପିପିଲି ଉପନିର୍ବାଚନ ପାଇଁ ୧୦ ଜଣ ପ୍ରାର୍ଥୀ : ସିଇଓ

ପିପିଲି ଉପନିର୍ବାଚନ ପାଇଁ ୧୦ ଜଣ ପ୍ରାର୍ଥୀ : ସିଇଓ
ଭୁବନେଶ୍ୱର: ମିଶନ ପିପିଲି ପାଇଁ କମର କଷିଛନ୍ତି ତିନି ପ୍ରମୁଖ ଦଳ । ଆରମ୍ଭ ହୋଇଛି ପ୍ରଚାର । ତାପମାତ୍ରା ଉପରକୁ ଉଠିବା ସହ ପିପିଲିରେ ରାଜନୈତିକ ପାରଦ ଉପରମୁହାଁ ହୋଇଛି । ଚା ଦୋକାନରୁ ପଖାଳ କଂସା ଯାଏଁ ସବୁଠି ଉପନିର୍ବାଚନ ଚର୍ଚ୍ଚା । କିଏ ଜିତିବ ପିପିଲିରେ ? ସାନ ମହାରଥୀ ରୁଦ୍ର ଗଡ ରକ୍ଷା କରିପାରିବେ ନା ବାଜି ମାରିନେବେ ଆଶ୍ରୀତ । କଂଗ୍ରେସ ଉଠିବ ନା ଆହୁରି ତଳକୁ ଖସିଯିବ, ଏମିତି ଚର୍ଚ୍ଚା ପିପିଲିରୁ ରାଜଧାନୀ ଯାଏଁ । ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରୁ ଆସିଲା ଏକ ଖବର । ପିପିଲିରୁ ୨ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରି ସାରିଛନ୍ତି । ଏବେ ନିର୍ବାଚନ ମୈଦାନରେ ମୋଟ ୧୦ ଜଣ ପ୍ରାର୍ଥୀ ଅଛନ୍ତି । ୮୦ ବର୍ଷରୁ ଉଦ୍ଧ୍ୱର୍ ଓ ଦିବ୍ୟାଙ୍ଗଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା କରାଯାଇଛି । ମୋଟ ୧୦୭୭ଟି ପୋଷ୍ଟାଲ ବାଲଟ ବ୍ୟବସ୍ଥା କରାଯାଇଛି । ୩୦୦୯ ଜଣ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ୧୦୨ ଗାଡି ବ୍ୟବସ୍ଥା କରାଯାଇଛି । ୩୪୮ଟି ବୁଥରୁ ୧୦୨ଟି କି୍ରଟିକାଲ ବୁଥ ଚିହ୍ନଟ କରାଯାଇଛି ।