ପୁଣି ଟିକା ଅର୍ଡର ପାଇଁ ଚିଠି କଲା ରାଜ୍ୟ ସରକାର

ପୁଣି ଟିକା ଅର୍ଡର ପାଇଁ ଚିଠି କଲା ରାଜ୍ୟ ସରକାର

ପୁଣି ଟିକା ଅର୍ଡର ପାଇଁ ଚିଠି କଲା ରାଜ୍ୟ ସରକାର
ଭୁବନେଶ୍ୱର: ଟିକା ପାଇଁ ପୁଣି ଦୁଇ ଟିକା ଉପôାଦକଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ସେରମ ଇନଷ୍ଟିଚୁ୍ୟଟ ଓ ଭାରତ ବାୟୋଟେକକୁ ସ୍ୱାସ୍ଥ୍ୟ ଏସିଏସ ଚିଠି ଲେଖିଛନ୍ତି । କେଉଁ ପର୍ଯ୍ୟାୟରେ କେତେ ଟିକା ଦରକାର, ସେନେଇ ଚିଠି ଲେଖିଲେ । ମେ’ ମାସ ପାଇଁ ୪୦ ଲକ୍ଷ କୋଭିସିଲ୍ଡ ଟିକା ଆବଶ୍ୟକ ଥିବା ବୋଲି ଲେଖାଯାଇଛି । ଜୁନ, ଜୁଲାଇ, ଅଗଷ୍ଟ ପାଇଁ ୬୦ ଲକ୍ଷ ଡୋଜ୍ ଆବଶ୍ୟକ ରହିଛି । ମେ’ ୩୧ ସୁଦ୍ଧା ୫ ଲକ୍ଷ କୋଭିସିଲ୍ଡ ଦେବାକୁ କୁହାଯାଇଛି । ବାକି ୫.୩୪ ଲକ୍ଷ ଡୋଜ୍ ଜୁନ୍ ୧୫ ସୁଦ୍ଧା ଦେବାକୁ କୁହାଯାଇଛି । ୧୮ରୁ ୪୪ ବର୍ଗଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛି ରାଜ୍ୟ ସରକାର ।