ପୁଣି ସାଲୁଜାଙ୍କ ଟାର୍ଗେଟରେ କ୍ୟାପଟେନ

ପୁଣି ସାଲୁଜାଙ୍କ ଟାର୍ଗେଟରେ କ୍ୟାପଟେନ

ପୁଣି ସାଲୁଜାଙ୍କ ଟାର୍ଗେଟରେ କ୍ୟାପଟେନ

ଭୁବନେଶ୍ୱର : ରାଜ୍ୟରେ ଏବେ ମାନସ ସ୍ୱାଇଁ ହତ୍ୟା ମାମଲା ବେଶ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି  ।

ଶୂନ୍ୟ କାଳରେ ସେ କହିଛନ୍ତିଯେ, ଦୁଇ ଦୁଇଟି ପ୍ରମୁଖ ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ନାମରେ ଅଭିଯୋଗ ଆସିଛି  । ମମିତା ମେହେର ହତ୍ୟା ମାମଲାରେ ତାଙ୍କର ସଂପୃକ୍ତି ରହିଛି ବୋଲି ମମିତାଙ୍କ ପରିବାରବର୍ଗ ଅଭିଯୋଗ କରିଥିଲେ। ଏବେ ମାନସ ସ୍ୱାଇଁ ହତ୍ୟା ମାମଲାରେ ବି ମନ୍ତ୍ରୀଙ୍କ ହାତ ଥିବା ଅଭିଯୋଗ ଆସିଛି। ଖୋଦ ମାନସଙ୍କ ମା’ ଏଭଳି ସଂଗୀନ ଅଭିଯୋଗ କରିଛନ୍ତି । ଜଣେ ମନ୍ତ୍ରୀଙ୍କ ନାମରେ ବାରବାର ଏଭଳି ଅଭିଯୋଗ ଆସୁଥିବାବେଳେ ତାଙ୍କୁ କାହିଁକି ସରକାର ଘଂଟ ଘୋଡେ଼ଇ ରଖୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ  । ଯେହେତୁ ମାନସ ସ୍ୱାଇଁ ହତ୍ୟା ମାମଲାରେ ମନ୍ତ୍ରୀଙ୍କ ନାମ ଆସୁଛି, ତେଣୁ ଏହି ମାମଲାର ତଦନ୍ତ ସିବିଆଇ ଦ୍ୱାରା ହେଉ ବୋଲି ସେ ଦାବି କରିଥିଲେ  ।