ପୁଣି ହାଡଭଙ୍ଗା ଶୀତରେ ଥରିବ ଓଡିଶା
ପୁଣି ହାଡଭଙ୍ଗା ଶୀତରେ ଥରିବ ଓଡିଶା
କେନ୍ଦୁଝର : ରାଜ୍ୟରେ ପୁଣି ବଢ଼ିବ ଶୀତ। ଆଜି ଠାରୁ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଖସିବ। ୨୪ ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ଖସିବାର ସମ୍ଭାବନା ରହିଥିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି କ୍ରମରେ କେନ୍ଦୁଝରରେ ୨ ଦିନ ଶୀତ କମିଥିବାବେଳେ ବୁଧବାର ସକାଳୁ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଛି। ଗୁରୁବାର ଠାରୁ ପୁଣି ଥରେ ଶୀତ ବଢିବାର ସମ୍ଭାବନା ରହିଛି।
କିଛି ଦିନ ତଳେ କେନ୍ଦୁଝର ଜିଲ୍ଲାରେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ ଲଗାତାର ଭାବେ ହ୍ରାସ ପାଇ ରବିବାର ୧୦ ଡିଗ୍ରୀ ପର୍ୟ୍ୟନ୍ତ ଖସି ଆସିଥିଲା। ସୋମବାର ଏବଂ ମଙ୍ଗଳବାର ସାମାନ୍ୟ ପରିବର୍ତ୍ତନ ଘଟି ୧୬ ଡିଗ୍ରୀ ଉପରେ ରହିଥିଲା। ବୁଧବାର ସକାଳେ କେନ୍ଦୁଝର ଜିଲ୍ଲାର ଅନେକ ଅଞ୍ଚଳରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ସକାଳୁ କେନ୍ଦୁଝର ସହର ସ୍ୱଳ୍ପ ସମୟ ପାଇଁ କୁହୁଡ଼ି ବଳୟରେ ରହିଥିଲା। ସେହିପରି ବାଂଶପାଳ ବ୍ଲକର ବଣ ପାହାଡ ଘେରା ତରମାକାନ୍ତ, କୁଶକଳା, ଖଣ୍ଡାଧାର ଆଦି ଅଞ୍ଚଳ ସହିତ ଜିଲ୍ଲାର ଅନେକ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ନଭେମ୍ବର ମାସ ଆରମ୍ଭରୁ ହିଁ କେନ୍ଦୁଝରରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିବାବେଳେ ଚଳିତ ବର୍ଷ ବିଳମ୍ବରେ ଶୀତ ଆସିଥିବା କୁହାଯାଉଛି।




admin 