ପୁରୀ ରଥଯାତ୍ରା ସମୟରେ ଜରୁରୀ ସେବା ପାଇଁ ଗ୍ରୀନ ଜୋନ

ପୁରୀ ରଥଯାତ୍ରା ସମୟରେ ଜରୁରୀ ସେବା ପାଇଁ ଗ୍ରୀନ ଜୋନ

ପୁରୀ ରଥଯାତ୍ରା ସମୟରେ ଜରୁରୀ ସେବା ପାଇଁ ଗ୍ରୀନ ଜୋନ

ପୁରୀ: ପୁରୀ ରଥଯାତ୍ରା ସମୟରେ ଜରୁରୀ ସେବା ପାଇଁ ଗ୍ରୀନ ଜୋନ ହେବ ।  ଗ୍ରୀନ ଜୋନ ସମ୍ପର୍କରେ ପୁରୀ ଏସପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି ।  ଗୁଣ୍ଡିଚା ମନ୍ଦିର ଚାରିପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ଏସପି କହିଛନ୍ତି । 

ଅନ୍ୟପକ୍ଷରେ କିଭଳି ଚାଲିଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାର ପ୍ରସ୍ତୁତି । କଣ ହୋଇଛି ବ୍ୟବସ୍ଥା ? ଆଜି ଏସବୁର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରା ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । 

ଗତକାଲି ଭର୍ଚୁଆଲ ମାଧ୍ୟମରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ   ଘୋଷଯାତ୍ରାକୁ ଶୃଙ୍ଖଳିତ କରିବାକୁ ଆଲୋଚନା ହୋଇଛି । ଗତବର୍ଷ ଭଳି ଚଳିତ ବର୍ଷ କୋଭିଡ୍ କଟକଣାରେ ନବଦିନାତ୍ମକ ଯାତ୍ରା ସାରିବାକୁ ପ୍ରସ୍ତୁତ ରହିଛି ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ । ଯାତ୍ରା ସମୟରେ ତିନୋଟି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି । ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ହେବ । କୋଭିଡ୍ କଟକଣାର ଅନୁପାଳନ ସହ କେବଳ ସେବାୟତ ହିଁ ରଥ ଟାଣିବେ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ସ୍ୱାସ୍ଥ୍ୟ ଓ ପାନୀୟ ଜଳ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।