ପୁରୀରେ ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା, ଜାରିହେଲା ‘ଟୁରିଷ୍ଟ ହେଲ୍ପଲାଇନ’

ପୁରୀରେ ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା, ଜାରିହେଲା ‘ଟୁରିଷ୍ଟ ହେଲ୍ପଲାଇନ’

ପୁରୀରେ ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା, ଜାରିହେଲା ‘ଟୁରିଷ୍ଟ ହେଲ୍ପଲାଇନ’
ପୁରୀ: ଗତ ଏକ ତାରିଖ ଦିନ ଏକ ବଙ୍ଗୀୟ ଦମ୍ପତି ଟୁରିଷ୍ଟ ବସ୍ ଡ୍ରାଇଭରର ଆକ୍ରମଣର ଶିକାର ହେବା ପରେ ପୁରୀ ପୁଲିସ ପର୍ଯ୍ୟଟକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ପୁଲିସ ଏକ ଟୁରିଷ୍ଟ ‘ହେଲ୍ପଲାଇନ’ ଫୋନ ନମ୍ବର ଜାରି କରିଛି । ଏଣିକି ଯଦି କୌଣସି ପର୍ଯ୍ୟଟକ ପୁରୀରେ କିଛି ଅସୁବିଧାରେ ପଡ଼ନ୍ତି ତେବେ ‘୬୩୭୦୯୬୭୧୦୦’ ନମ୍ବରରେ ଫୋନ କରିବାକୁ ପରାମର୍ଶ ଦିଆଯାଇଛି । ଏହି ଫୋନ ନମ୍ବରଟି ୨୪ ଘଣ୍ଟା ସେବାରେ ରହିବ । ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାରେ ପର୍ଯ୍ୟଟକଙ୍କୁ ଆବଶ୍ୟକୀୟ ସେବା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ଏଥି ନେଇ ପୁରୀ ଏସପି କେ.ବିଶାଳ ସିଂହଙ୍କ ଅଧ୍ୟକ୍ଷତାରେ ଘରୋଇ ବସ ମାଲିକ ସଂଘର ସଦସ୍ୟମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀ ଏକ ବିଶ୍ୱସ୍ତରୀୟ ସହର ହୋଇଥିବାରୁ ଏଠାରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ତେଣୁ ଏଣିକି ଏହି ଫୋନ ନମ୍ବରଟି ସମସ୍ତ ଘରୋଇ ବସରେ ଲଗାଯିବ । ଫଳରେ କୌଣସି ଅସୁବିଧା ହେଲେ ପର୍ଯ୍ୟଟକ ଏହି ନମ୍ବରକୁ ଫୋନ କରିପାରିବେ ବୋଲି ଏସପି ସୂଚନା ଦେଇଛନ୍ତି । ବୈଠକରେ ପୁରୀ ବସ ମାଲିକ ସଂଘ, ରାମଚଣ୍ଡୀ ବସ ମାଲିକ ସଂଘ, ଟାଉନ ବସ ମାଲିକ ସଂଘ, ଟୁରିଷ୍ଟ ବସ ଆସୋସିଏସନ ଏବଂ ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।