ପେଟ୍ରୋଲ୍, ଡିଜେଲ୍ ପରେ କମିଲା ବସ୍ ଭଡ଼ା
ପେଟ୍ରୋଲ୍, ଡିଜେଲ୍ ପରେ କମିଲା ବସ୍ ଭଡ଼ା
ଭୁବନେଶ୍ୱର: ରାଜ୍ୟରେ ଡିଜେଲ ଦର କମିବା ପରେ ପରିବହନ ବିଭାଗ ପକ୍ଷରୁ ବସ ଭଡା କମାଯାଇଛି । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ (ଏସଟିଏ) ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଡିଜେଲ ଦର କମିବା ପରେ ବସ ଭଡ଼ା କମାଇବାକୁ ନିଷ୍ପତ୍ତି ହୋଇଛି । ଏସଟିଏର ନିଷ୍ପତ୍ତି ଅନୁସାରେ ବସ ଭଡ଼ା ୫ ପଇସାରୁ ୧୫ ପଇସା ପର୍ୟ୍ୟନ୍ତ କମିଛି । ଅର୍ଡିନାରି ବସ ଭଡ଼ା ୫ ପଇସା କମି କିଲୋମିଟର ପିଛା ୮୭ ପଇସା ହୋଇଥିବା ବେଳେ ଏକ୍ସପ୍ରେସ ବସ ଭଡ଼ା ୫ ପଇସା କମି ୯୧ ପଇସା ଡିଲକ୍ସ ବସ ଭଡ଼ା ୧୦ ପଇସା କମି ୧ ଟଙ୍କା ୨୫ ପଇସା, ଏସି ଡିଲକ୍ସ ବସ ଭଡ଼ା ୧୦ ପଇସା କମି ୧ ଟଙ୍କା ୫୩ ପଇସା ଏବଂ ସୁପର ପି୍ରମିୟମ ବସ ଭଡ଼ା ୧୫ ପଇସା କମି କିଲୋମିଟର ପିଛା ୨ ଟଙ୍କା ୩୮ ପଇସା ହୋଇଛି । ସଂଶୋଧିତ ବସ ଭଡ଼ା ୮ ତାରିଖରୁ ଲାଗୁ କରିବାକୁ ନିଦେ୍ର୍ଧଶାନାମା ଜାରି ହୋଇଛି ।




admin 