ପୋଷ୍ୟ ସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ପୋଷ୍ୟ ସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ପୋଷ୍ୟ ସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି
ଭୁବନେଶ୍ୱର: ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । ରାଜ୍ୟର ୨ କେନ୍ଦ୍ର ମନ୍ତ୍ରୀ, ସବୁ ସାଂସଦ ଓ ବିଧାୟକଙ୍କୁ ଚିଠି ଲେଖିଛନ୍ତି । ହାଇକୋର୍ଟର ବିଚାରପତିମାନଙ୍କୁ ମୁଖ୍ୟମନ୍ତ୍ରୀ ପତ୍ର ଦେଇଛନ୍ତି । ଏଥିରେ ସେ ଲେଖିଛନ୍ତି,‘ ଆମେ ପଢ଼ିଥିବା ସ୍କୁଲ ସହିତ ଆମର ଭାବଗତ ସମ୍ପର୍କ ସବୁବେଳେ ରହିଥାଏ। ତେଣୁ ‘ମୋ ସ୍କୁଲ କାର୍ଯ୍ୟକ୍ରମ’ରେ ସାମିଲ ହୋଇ ସର୍ବାଧିକ ତିନୋଟି ସରକାରୀ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଅନୁରୋଧ କରୁଛି।’