ପ୍ରକୃତି ମୋର ଭଲ ସାଙ୍ଗ:ତାଙ୍କ ସାଙ୍ଗେ କଥା ହେଲେ ଅସୁବିଧା କ’ଣ : ବାବୁସାନ

ପ୍ରକୃତି ମୋର ଭଲ ସାଙ୍ଗ:ତାଙ୍କ ସାଙ୍ଗେ କଥା ହେଲେ ଅସୁବିଧା କ’ଣ : ବାବୁସାନ

ପ୍ରକୃତି ମୋର ଭଲ ସାଙ୍ଗ:ତାଙ୍କ ସାଙ୍ଗେ କଥା ହେଲେ ଅସୁବିଧା କ’ଣ : ବାବୁସାନ

ଭୁବନେଶ୍ୱର: ପ୍ରକୃତି ମିଶ୍ର ଓ ବାବୁସାନଙ୍କୁ କାର ଭିତରୁ ଟାଣି ହଟହଟା କରାଇଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥି । ପ୍ରକୃତିଙ୍କ ପାଇଁ ମୋ ଘର ଭାଙ୍ଗିଗଲା ବୋଲି ତୃପ୍ତି କହିଛନ୍ତି  । ତେବେ ବାବୁସାନ କିନ୍ତୁ ପ୍ରକୃତିଙ୍କ ପାଇଁ ଅଂଟା ଭିଡ଼ିଛନ୍ତି  ।

ଭିଡ଼ିଓ ଭାଇରାଲ ହେବା ପରେ ବାବୁସାନ କହିଛନ୍ତିଯେ, ପ୍ରକୃତିଙ୍କୁ ଆଣିବାକୁ ମୁଁ ଏୟାରପୋର୍ଟ ଯାଇଥିଲି । ପ୍ରକୃତି ମୋର ଭଲ ସାଙ୍ଗ  । ତାଙ୍କ ସାଙ୍ଗେ କଥା ହେଲେ ଅସୁବିଧା କ’ଣ ବୋଲି ବାବୁସାନ କହିଛନ୍ତି  । ମୋ ସ୍ତ୍ରୀ ସିନେ ଇଣ୍ଡଷ୍ଟ୍ରି ସହ ସଂପୃକ୍ତ ନୁହଁନ୍ତି  । ତେଣୁ ଇଣ୍ଡଷ୍ଟ୍ରିରେ କ’ଣ ହୁଏ ସେ ଜାଣନ୍ତି ନାହିଁ  । ଆମ କାମ କ’ଣ ସେ ଜାଣିପାରୁନାହାନ୍ତି  । ଇଣ୍ଡଷ୍ଟ୍ରିରେ ବହୁ ହିରୋଇନଙ୍କ ସହ କାମ କରିବାକୁ ପଡେ଼  । ମୁଁ ବିଭିନ୍ନ ହିରୋଇନଙ୍କ ସହ କାମ କରେ  । କାମ କରିବାକୁ ମୁଁ ବାଧ୍ୟ  । ରାସ୍ତାରେ ମୋ ପତ୍ନୀ ହଠାତ ଆସି ଆଟାକ କଲେ  । ଶ୍ୱଶୁର ବି ହାରାସ କଲେ  । ଏହା ଆଦୌ ଠିକ କଥା ନୁହେଁ ବୋଲି ବାବୁସାନ କହିଛନ୍ତି ।
ଅନ୍ୟପକ୍ଷରେ ଗୋଟିଏ ପୁଅ ଓ ଗୋଟିଏ ଝିଅ କ’ଣ ସାଙ୍ଗ ହେବା ଭୁଲ । ମୋ ସହ ଯାହା ଘଟିଛି ମୁଁ ଭୁଲିବି ନାହିଁ । ସେଥିପାଇଁ ଯାହା ଲିଗାଲ ଆକ୍ସନ ନେବା କଥା ନେବି । ମୁଁ କାହାକୁ ଡରେନି । କାହାକୁ ଡରିବାର ନାହିଁ । ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବାବୁସାନଙ୍କ ପତ୍ନୀ କାର ଭିତରେ ଆକ୍ରମଣ କରିବା ଘଟଣାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପ୍ରକୃତ ।
ସେ କହିଛନ୍ତି ଯେ  ମୋତେ ଏୟାରପୋର୍ଟକୁ ଆଣିବାକୁ ବାବୁସାନ ଯାଇଥିଲେ ।  ରାସ୍ତାରେ ତାଙ୍କ ପତ୍ନୀ ଓ ଶ୍ୱଶୁର ଗୁଣ୍ଡା ଧରି ଆକ୍ରମଣ କଲେ ।  ବାବୁସାନଙ୍କୁ ଟର୍ଚର କଲେ । ମୋତେ ଫିଜିକାଲ ଆବୁ୍ୟଜ କଲେ । ବାବୁସାନଙ୍କ  ଶ୍ୱଶୁର ଓ ଗୁଣ୍ଡାମାନେ ମୋତେ ବହୁତ ମିସବିହେବ କଲେ । ମୋ ଚୁଟି ଧରି ଭିଡ଼ାଭିଡ଼ି କରିଛନ୍ତି । ମୋତେ ମିସବିହେବ କରିଛନ୍ତି ।  ମୁଁ ହେଲପ ହେଲପ ଡାକୁଥିବାବେଳେ କେହି ହେଲପ କଲେନି  । ଏଠି କେହି ହେଲପ କରନ୍ତିନି ।  ଲୋକଙ୍କୁ ଦେଖିବାକୁ ମଜା ଲାଗେ ।  ମୁଁ କାହାକୁ ଛାଡ଼ିବିନି । ଆଇନଗତ ପଦକ୍ଷେପ ନେବି ।  

ପ୍ରକାଶ ଯେ, ଆଜି ସକାଳୁ କାର ଭିତରେ ବାବୁସାନ ଓ ପ୍ରକୃତି ମିଶ୍ର ଥିବାବେଳେ ହଠାତ୍ ସେଠାରେ ବାବୁସାନଙ୍କ ସ୍ତ୍ରୀ ପହଞ୍ଚିଥିଲେ । ତାଙ୍କ ସହିତ ଥିଲେ ସ୍ଥାନୀୟ ଅଂଚଳର୮, ୧୦ ଜଣ ଯୁବକ ।

ବାବୁସାନଙ୍କ ଡୋର ଖୋଲି ଆରମ୍ଭ କରିଥିଲେ ଯୁକ୍ତି ତର୍କ । ଲୋକ ରୁଣ୍ଢ ହେବା ଯୋଗୁଁ ସେଠରେ କିଛି କହିପାରିନଥିଲେ ସୁପରଷ୍ଟାର ବାବୁସାନ । ବାବୁସାନଙ୍କ ସ୍ତ୍ରୀ ତୃପ୍ତି ସତପଥୀ କାର ଭିତରେ ପଶି ପ୍ରକୃତିଙ୍କୁ ଜୋରରେ ଚାପି ଧରିଥିଲେ । ଫଳରେ ପ୍ରକୃତି ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ । ତଥାପି ବି ପ୍ରକୃତିଙ୍କୁ ଛାଡି ନଥିଲେ ତୃପ୍ତି । ପ୍ରକୃତି ଅଟୋରେ ବସିବାକୁ ଯାଉଥିବାବେଳେ ତାଙ୍କୁ ତୃପ୍ତି ଗୋଡେଇ ଗୋଡେଇ ଯାଇ ପ୍ରକୃତି ତାଙ୍କ ପରିବାର ଧ୍ୱଂସ କରିଛନ୍ତି ବୋଲି କହୁଥିଲେ ।  ପ୍ରକୃତି ମଧ୍ୟ ତୃପ୍ତି ପାଗଳ ବୋଲି କହିବା ପାଇଁ ପଛେଇ ନଥିଲେ । ଏହି ସମୟରେ ବାବୁସାନଙ୍କ ପତ୍ନୀ ପ୍ରକୃତିଙ୍କୁ ଧକ୍କା ମାରିଥିଲେ ।