ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଗାନ୍ଧୀ ମୂର୍ତ୍ତି

ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଗାନ୍ଧୀ ମୂର୍ତ୍ତି

ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଗାନ୍ଧୀ ମୂର୍ତ୍ତି
ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଦେବା ପାଇଁ ରାଜ୍ୟ ସରକାର ପୁଣି ଆଉ ଏକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏଣିକି ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ଗାନ୍ଧୀଙ୍କ ମୂର୍ତ୍ତି ସ୍ଥାପନ ହେବ । ପୂର୍ବରୁ ଗାନ୍ଧୀମୂର୍ତ୍ତି ଥିବା ସ୍ଥାନକୁ ପରିଷ୍କାର ତଥା ସୌନ୍ଦର୍ଯ୍ୟକରଣ କରାଯିବ । କଟକରୁ ୧୯୨୧ ମାର୍ଚ୍ଚ ୨୩ରେ ଗାନ୍ଧୀ ଆସିଥିବା ସ୍ଥାନକୁ ସ୍ମାରକୀ କରାଯିବ । ସ୍କୁଲ ଓ କଲେଜରେ ଗାନ୍ଧୀଙ୍କ ସୁଦୃଶ୍ୟ ଚିତ୍ର ବଣ୍ଟନ କରାଯିବ । ଗାନ୍ଧୀଙ୍କ ଅମର ବାଣୀ ଥିବା ପୁସ୍ତକ ପ୍ରସ୍ତୁତ ସହ ପିଲାଙ୍କ ଭିତରେ ବକ୍ତୃତା ହେବ ବୋଲି ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।