ପ୍ରତିଜ୍ଞା ପାଳନ କରନ୍ତି ଏହି ୫ଟି ରାଶିର ବ୍ୟକ୍ତି
ପ୍ରତିଜ୍ଞା ପାଳନ କରନ୍ତି ଏହି ୫ଟି ରାଶିର ବ୍ୟକ୍ତି
କଥା ଦେଇ କଥା ରଖିବା ଲୋକ ଖୁବ୍ କମ୍ ଦେଖିବାକୁ ମିଳିଥା’ନ୍ତି । ଅଧିକାଂଶ ସମୟରେ ଆମେ ସାଙ୍ଗସାଥୀ ବା ସମ୍ପର୍କୀୟଙ୍କୁ ଦେଇଥିବା କଥାକୁ ରଖିପାରି ନଥାଉ । ଯାହା ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରିବା ସହ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ଆପଣଙ୍କ ସାଙ୍ଗ ଆପଣଙ୍କୁ ଦେଇଥିବା କଥା ରଖି ପାରିବ କିମ୍ୱା ନାହିଁ ଏହା ଜାଣିବା କଷ୍ଟକର ହୋଇଥାଏ । ତେବେ ଏହାକୁ ନେଇ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତିର ରାଶିରୁ ଏହା ଜଣାପଡ଼ିଥାଏ ଯେ ସେହି ବ୍ୟକ୍ତି ଜଣକ କେତେ ଦାୟିତ୍ୱବାନ୍ । ତା’ହେଲେ ଆସନ୍ତୁ ଜାଣିବା କିଛି ରାଶିର ବ୍ୟକ୍ତିଙ୍କୁ, ଯେଉଁମାନେ ଦେଇଥିବା କଥାକୁ ରକ୍ଷା କରନ୍ତି ।
କର୍କଟ ରାଶି : କର୍କଟ ରାଶିର ବ୍ୟକ୍ତି କାହାର ବିଶ୍ୱାସ ଭାଙ୍ଗିବାକୁ ଘୃଣା କରିଥା’ନ୍ତି । ସେମାନେ ଦେଇଥିବା କଥାକୁ ସର୍ବଦା ପ୍ରଧ୍ୟାନ୍ୟ ଦେଇଥା’ନ୍ତି । ଏହି ରାଶିର ବ୍ୟକ୍ତି କଠିନ ପରିସ୍ଥିତିରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଥା’ନ୍ତି । ଏପରିକି କରିଥିବା ଯୋଜନାଗୁଡ଼ିକୁ ସମୟ ମଧ୍ୟରେ ଶେଷ କରିବା ପାଇଁ ଏମାନେ ପସନ୍ଦ କରିଥା’ନ୍ତି ।
କନ୍ୟା ରାଶି : କନ୍ୟା ରାଶିର ବ୍ୟକ୍ତି ଟିକେ ଅଧିକ ପରଫେକ୍ଟନିଷ୍ଟ ହୋଇଥା’ନ୍ତି, ଯେଉଁମାନେ ସବୁ ବିଷୟରେ ସବିଶେଷ ତଥ୍ୟ ରଖିବା ପାଇଁ ଚିନ୍ତା କରିଥା’ନ୍ତି । ଏପରି କ୍ଷେତ୍ରରେ ଏହି ବ୍ୟକ୍ତିମାନେ ଦେଇଥିବା କଥାକୁ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥା’ନ୍ତି । ଏହି ରାଶିର ବ୍ୟକ୍ତିଙ୍କୁ ପ୍ରକୃତରେ ଦାତା ବୋଲି କୁହାଯାଇଥାଏ ।
ବିଛା ରାଶି : ବିଛା ରାଶିର ବ୍ୟକ୍ତି ନିଜ ଭାବମୂର୍ତ୍ତିକୁ କେବେ ଖରାପ ହେବାକୁ ଦେଇ ନଥା’ନ୍ତି । ଯେଉଁ କାର୍ଯ୍ୟ ସେମାନଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା, ସେପରି କାର୍ଯ୍ୟରୁ ସେମାନେ ନିବୃତ୍ତ ରହିଥା’ନ୍ତି । ଏପରିକି କରିଥିବା ପ୍ରତିଜ୍ଞାକୁ ପାଳନ କରିବା ପାଇଁ ଏହି ରାଶିର ବ୍ୟକ୍ତି ସର୍ବଦା ଉତ୍ସାହିତ ଥା’ନ୍ତି ।
ସିଂହ ରାଶି : ଏହି ରାଶିର ବ୍ୟକ୍ତିମାନେ ବହୁତ ଦୟାଳୁ ଏବଂ କାହାର ଭାବନାକୁ ଆଘାତ ଦେବାକୁ ପସନ୍ଦ କରି ନଥା’ନ୍ତି । ଦେଇଥିବା କଥାକୁ ନରଖିବା ଏମାନଙ୍କ ପାଇଁ ଏକ ଅପମାନ ସଦୃଶ । ଅନ୍ୟ ପାଖରେ ଖରାପ ଚିତ୍ରଣ ହେବା ପାଇଁ ଏମାନେ କେବେ ଚାହାନ୍ତି ନାହିଁ । ଯଦି ଆପଣ କୌଣସି ଅସୁବିଧାରେ ପଡ଼ିଛନ୍ତି ଏବଂ ସାହାଯ୍ୟ ଲୋଡୁଛନ୍ତି, ତେବେ ଏହି ରାଶିର ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଥମେ ଆଗେଇ ଆସିଥା’ନ୍ତି ।
ମକର ରାଶି : ଏହି ରାଶିର ବ୍ୟକ୍ତି ବହୁତ ଦାୟିତ୍ୱବାନ୍ ଅଟନ୍ତି । ଯେ କୌଣସି ଉପାୟରେ ଏମାନେ ନିଜର ପ୍ରତିଶ୍ରୁତି ପାଳନ କରିବା ପାଇଁ ଚେଷ୍ଟା କରିଥା’ନ୍ତି । ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଏମାନେ ବହୁତ ପରିଶ୍ରମ କରିଥାନ୍ତି । ସେହିପରି ଖରାପ ପରିସ୍ଥିତିରେ ମକର ରାଶିର ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିଥା’ନ୍ତି। କିନ୍ତୁ ଅସାଧୁ ଲୋକଙ୍କୁ ଏମାନେ ଘୃଣା କରିଥା’ନ୍ତି ।




admin 