ପ୍ରି ପ୍ରାଇମେରୀ ସ୍କୁଲ ପିଲାଙ୍କୁ ମିଳିବ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ

ପ୍ରି ପ୍ରାଇମେରୀ ସ୍କୁଲ ପିଲାଙ୍କୁ ମିଳିବ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ

ପ୍ରି ପ୍ରାଇମେରୀ ସ୍କୁଲ ପିଲାଙ୍କୁ ମିଳିବ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ
ନୂଆଦିଲ୍ଲୀ: ଏଣିକି ସ୍କୁଲ ମାନଙ୍କରେ ପି୍ର-ପ୍ରାଇମେରୀ ଶ୍ରେଣୀର ପିଲାମାନଙ୍କୁ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଉପଲବ୍ଧ କରାଯିବ । କେନ୍ଦ୍ର ସରକାର ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ପି୍ର ପ୍ରାଇମେରୀ ଶ୍ରେଣୀର ପିଲାମାନଙ୍କୁ ସକାଳ ଜଳଖିଆ ସହିତ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରଚଳିତ ବ୍ୟବସ୍ଥା ଅନୁସାରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସାମିଲ ଅଛନ୍ତି । ନିକଟରେ ନୂତନ ଶିକ୍ଷାନୀତିରେ ସ୍କୁଲ ପିଲାମାନଙ୍କୁ ପୁଷ୍ଟିସାରଯୁକ୍ତ ଜଳଖିଆର ବ୍ୟବସ୍ଥା କରାଯିବା ପାଇଁ ସୁପାରିସ କରାଯାଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏ ନେଇ ସମସ୍ତ ରାଜ୍ୟମାନଙ୍କ ପତ୍ର ଲେଖାଯାଇ ମତାମତ ଲୋଡ଼ାଯାଇଛି । ରାଜ୍ୟମାନଙ୍କ ପାଖରୁ ମତାମତ ମିଳିସାରିବା ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଖର୍ଚ୍ଚ ସମ୍ବନ୍ଧୀୟ ଅର୍ଥ କମିଟିରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।