ପ୍ରେମରେ ବିଫଳ ଯୁବକର ଆତ୍ମହତ୍ୟା

ପ୍ରେମରେ ବିଫଳ ଯୁବକର ଆତ୍ମହତ୍ୟା

ପ୍ରେମରେ ବିଫଳ ଯୁବକର ଆତ୍ମହତ୍ୟା
କଟକ - ଆତ୍ମହତ୍ୟା ପୂର୍ବରୁ ଭିଡିଓ ସୁଟିଂ କଲେ ଜଣେ ଯୁବକ । ଯୁବକ ଜଣକ ଭିଡିଓ ସୁଟିଂ କରି କାରଣ ଦର୍ଶାଇବା ପରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତାଳଦଣ୍ଡା କେନାଲ ମାତୃଭବନ ନିକଟ ରେଳ ଧାରଣାରୁ ଜିଆରପି ସମ୍ପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ଏଥିସହ ମୃତଦେହ ନିକଟରୁ ସୁଇସାଇଡାଲ ନୋଟ ମଧ୍ୟ ଜିଆରପି ଜବତ କରିଛି । ମୃତଦେହ ନିକଟରୁ ମିଳିଥିବା ମୋବାଇଲରେ ମୃତୁ୍ୟ ପୂର୍ବର ଭିଡିଓ ରହିଛି । ପ୍ରେମିକା ଧୋକା ଦେବାରୁ ଆତ୍ମହତ୍ୟ କରୁଛି ବୋଲି ସମ୍ପୃକ୍ତ ଯୁବକ ଉକ୍ତ ଭିଡିଓରେ କହିଛନ୍ତି । ମୃତ ଯୁବକ ଜଣକ ହେଉଛନ୍ତି ନିଆଳି ଅଞ୍ଚଳର ମନୋଜ ସ୍ୱାଇଁ । ସେ କଟକ ରାଉସାପାଟଣାରେ ଘର ଭଡ଼ା ନେଇ ରହୁଥିଲେ । ସେ ଯାଜପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିବା ଭିଡିଓରୁ ସୂଚନା ମିଳିଛି । ସୁଇସାଇଡାଲ ନୋଟରେ ମଧ୍ୟ ସମାନ କଥା ଲେଖିଛନ୍ତି ମନୋଜ ।