ଫାଟିଲା ମୋବାଇଲ ବ୍ୟାଟେରୀ, ୨ ଭାଇ ଗୁରୁତର

ଫାଟିଲା ମୋବାଇଲ ବ୍ୟାଟେରୀ, ୨ ଭାଇ ଗୁରୁତର

ଫାଟିଲା ମୋବାଇଲ ବ୍ୟାଟେରୀ, ୨ ଭାଇ ଗୁରୁତର

ବାଲେଶ୍ୱର: ମୋବାଇଲ ବ୍ୟାଟେରୀ ଧରି ଖେଳୁ ଖେଳୁ ତାହା ଫାଟିଯିବାରୁ ୨ ଭାଇ ଗୁରୁତର ହୋଇଛନ୍ତି। ଏପରି ଅଘଟଣ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଲା ଗାଁରେ ଘଟିଛି।
ସୂଚନା ଅନୁଯାୟୀ, ୨ ନାବାଳକ ଭାଇ ଏକ ମୋବାଇଲ ବ୍ୟାଟେରୀ ଧରି ଖେଳୁଥିଲେ। ହେଲେ ହଠାତ୍‌ ଏହା ଫାଟି ଯାଇଥିଲା। ଏହି ଦୁର୍ଘଟଣାରେ ୨ ଭାଇ ଗୁରୁତର ହୋଇଛନ୍ତି। ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।