ବଢୁଛି ତାତି, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଢୁଛି ତାତି, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ତାତି ବଢ଼ିବାରେ ଲାଗିଛି । ୧୨ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବାବେଳେ ଆଜି ୧୧ ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଦିନ ଭଳି ରାତିରେ ବି ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଉଛି । ରାତିରେ ସୂର୍ଯ୍ୟଙ୍କ କିରଣ ପଡ଼ୁନଥିଲେ ବି ଦିନବେଳା ହେଉଥିବା ପ୍ରଚଣ୍ଡ ଖରା ଭୂପୃଷ୍ଠରୁ ବିକିରଣ ହୋଇପାରୁନଥିବାରୁ ଏବେ ସବୁଆଡେ଼ ତତଲା ହାୱା ବାହାରୁଛି । ରାତିରେ ପାରଦ ଏବେ ପୂର୍ବାପେକ୍ଷା ଅଧିକ ରହୁଛି । ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮.୪ ଡିଗ୍ରୀ ରେକଡର଼୍ ହୋଇଥିବାବେଳେ ସର୍ବନିମ୍ନ ତାପମାତ୍ରା ୩୫.୭ ଡିଗ୍ରୀ ରହିଛି । ଉତର ଓଡ଼ିଶାରେ ମଧ୍ୟ ରାତିର ତାପମାତ୍ରା ଅଧିକ ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟର ୧୧ ଜିଲ୍ଲା, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ ନୂଆପଡ଼ାରେ ଗ୍ରୀଷ୍ଣ ପ୍ରବାହ ଜୋର ହେବ । ସୋମବାର ଠାରୁ କାଳବୈଶାଖୀ ବର୍ଷା ଜନିତ ପବନ ହେବ ବୋଲି କୁହାଯାଉଥିବାରୁ ଗରମରୁ ଟିକେ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି । ତେବେ ୧୬ ପର୍ଯର୍୍ୟନ୍ତ ପ୍ରବଳ ଖରା ହେବାର ଥିବାବେଳେ ୧୭ରୁ ଖରା କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।