ବାଣ ତିଆରି କଲା ବେଳେ ବିସ୍ଫୋରଣ, ଯୁବକ ମୃତ
ଭୁବନେଶ୍ୱର: ବାଣ ତିଆରି କଲା ବେଳେ ବେଳେ ଅଘଟଣ। ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏପରି ଅଭାବନୀୟ ଘଟଣା ଭିଏସଏସ ନଗରେ। ବିସ୍ଫୋରଣରେ ପ୍ରାଣ ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଶିବାନନ୍ଦ ତାଡୋ। ବିସ୍ଫୋରଣରେ ତାଙ୍କ ମୁଣ୍ଡ, ଗୋଡ଼, ହାତ ଓ ଆଖିରେ ଗଭିତ ଆଘାତ ହୋଇଥିଲା। ବିସ୍ଫୋରଣର ମାତ୍ରା ଏତେ ଭୟାବହ ଥିଲା ଯେ ଶିବାନନ୍ଦଙ୍କ ଘର ଛାତ ଉଡ଼ିଯାଇଛି। ଏହା ସହିତ ପାଖରେ ଥିବା ୨ଟି କାର୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ରାଜଧାନୀର ଛାତି ଉପରେ ଏପରି ବାଣ ତିଆରି କେମିତି ଚାଲୁଥିବା ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ବାଣ ବିସ୍ଫୋରଣର ଉଚ୍ଚ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି। ଅନ୍ୟପଟେ ମେୟର ସୁଲୋଚନା ଦାସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି। ଦୀପାବଳିରେ ବାଣ ବାଲି ଯାଇଥିବାରୁ ତାହାକୁ ଖରାରେ ଶୁଖାଇଥିଲେ। ବିବାହ କାର୍ୟ୍ୟ ପାଇଁ ତାଙ୍କୁ ବାଣ ଅର୍ଡର୍ ଆସିଥିଲା। ସେଥିପାଇଁ ଯୁବକ ଜଣଙ୍କ ବାଣ ତିଆରି କରୁଥିଲେ ବୋଲି ମେୟର କହିଛନ୍ତି।




admin 