ବଦ୍ରି ପାତ୍ରଙ୍କୁ ଏୟାର ଲିଫ୍ଟ କରାଗଲା

ବଦ୍ରି ପାତ୍ରଙ୍କୁ ଏୟାର ଲିଫ୍ଟ କରାଗଲା

ବଦ୍ରି ପାତ୍ରଙ୍କୁ ଏୟାର ଲିଫ୍ଟ କରାଗଲା

ଭୁବନେଶ୍ୱର: ଘସିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଛାତିରେ ବ୍ଲକେଜ ସହ ରକ୍ତ ବାନ୍ତି ହେଉଛି ।

ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ପୂର୍ବତନ ମନ୍ତ୍ରୀ ବଦ୍ରି ପାତ୍ରଙ୍କୁ ହାଇଦ୍ରାବାଦ ନିଆଯାଇଛି।

ସୂଚନାଯୋଗ୍ୟ, ୨୦୦୯ରୁ ଲଗାତାର ଭାବେ ଘସିପୁରାରୁ ବିଧାନସଭାକୁ ନିର୍ବାଚିତ ହୋଇଆସୁଥିବା ଶ୍ରୀ ପାତ୍ର ପୂର୍ବରୁ ମନ୍ତ୍ରୀ ଭାବେ ମଧ୍ୟ କାର୍ୟ୍ୟ କରିଥିଲେ।