ବନ କର୍ମଚାରୀମାନଙ୍କ ଛୁଟି ବାତିଲ କଲେ ସମ୍ବଲପୁର ଡିଏଫଓ

ବନ କର୍ମଚାରୀମାନଙ୍କ ଛୁଟି ବାତିଲ କଲେ ସମ୍ବଲପୁର ଡିଏଫଓ

ବନ କର୍ମଚାରୀମାନଙ୍କ ଛୁଟି ବାତିଲ କଲେ ସମ୍ବଲପୁର ଡିଏଫଓ
ସମ୍ବଲପୁର: ଜଙ୍ଗଲରେ ନିଆଁ ନଲିଭିବା ଯାଏଁ ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା ଲଗାଇଲେ ସମ୍ବଲପୁର ଡିଏଫଓ ସଂଜିତ କୁମାର। ଜଙ୍ଗଲରେ ନିଆଁ ଲାଗୁଥିବା କାରଣରୁ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଅତି ଜରୁରୀ କାମ ନଥିଲେ ଛୁଟି ନେଇ ପାରିବେନି ବୋଲି ଡିଏଫଓ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟବ୍ୟାପୀ ହୁତୁହୁତୁ ହୋଇ ଜଳୁଛି ଅନେକ ଜଙ୍ଗଲ। ଏହି ମଧ୍ୟରେ ସମ୍ବଲପୁର ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି। ସେପଟେ ନିଆଁ ଲିଭାଇବାକୁ ନାକେଦମ ହେଲେଣି ବନ କର୍ମଚାରୀ। ବହୁ ସ୍ଥାନରେ ସ୍ଥାନୀୟ ଲୋକମାନେ ନିଆଁ ଲଗାଇଦେଉଥିବା ବେଳେ ବନ୍ୟଜନ୍ତୁଙ୍କ ଜୀବନ ସଙ୍କଟରେ। ଏଭଳି ସ୍ଥିତିରେ ଗତକାଲି ସମ୍ବଲପୁର ଡିଏଫଓ ନିଆଁ ଲଗାଇବା ବେଳେ ଧରା ପଡିଲେ ଜେଲଦଣ୍ଡ ଓ ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ। ତେବେ ଆଜି ବନାଗ୍ନି ନିୟନ୍ତ୍ରଣ ପାଇଁ ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି।