ବନ୍ଦ ହେଲା ବିଜୁ ଯୁବ ବାହିନୀ!

ବନ୍ଦ ହେଲା ବିଜୁ ଯୁବ ବାହିନୀ!

ବନ୍ଦ ହେଲା ବିଜୁ ଯୁବ ବାହିନୀ!
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ସୃଷ୍ଟ ବିଜୁ ଯୁବ ବାହିନୀକୁ ବନ୍ଦ କରିଦିଆଯାଇଛି । ଚଳିତ ବର୍ଷ ବିଜୁ ଯୁବ ବାହିନୀ ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା ନାହିଁ । ଏକଥା ଆମେ କହୁନାହୁଁ । ବିଧାୟକ ଭବାନୀ ଭୋଇଙ୍କ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଚଳିତ ବଜେଟରେ ବିଜୁ ଯୁବ ବାହିନୀ ପାଇଁ ଅର୍ଥ ବ୍ୟବସ୍ଥା ନାହିଁ । ତେଣୁ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ । କୌଣସି ଅଞ୍ଚଳରେ ବିଜୁ ଯୁବ ବାହିନୀ ଦ୍ୱାରା କିଛି କାର୍ଯ୍ୟ କରାଯାଇନି ବୋଲି ମନ୍ତ୍ରୀ ଶ୍ରୀ ବେହେରା କରିଛନ୍ତି ।