ବନ୍ୟା ସ୍ଥିତି ସମୀକ୍ଷା କଲେ ପ୍ରମିଳା ମଲ୍ଲିକ

ବନ୍ୟା ସ୍ଥିତି ସମୀକ୍ଷା କଲେ ପ୍ରମିଳା ମଲ୍ଲିକ

ବନ୍ୟା ସ୍ଥିତି ସମୀକ୍ଷା କଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର । ମହାନଦୀ ଓ ତାର ଶାଖା ନଦୀରେ ବନ୍ୟା ଜଳ ଫୁଲୁଥିବା ଯୋଗୁଁ ଏବେ ରାଜ୍ୟର ୧୦ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀଗୁଡ଼ିକ ଅଧିକାଂଶ ସ୍ଥାନରେ ବିପଦ ସଙ୍କେତ ଊର୍ଦ୍ଧ୍ବରେ ପ୍ରବାହିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆଜି ରାଜସ୍ବ ଏବଂ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । SRC  କାର୍ୟ୍ୟାଳୟକୁ ଆସି ସମୀକ୍ଷା କରିଛନ୍ତି ମନ୍ତ୍ରୀ ।

ରାଜ୍ୟରେ ମହାନଦୀ ଅବବାହିକାରେ ବଡ଼ ବନ୍ୟା ହୋଇଛି । ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି । ଏଭଳି ଅବସ୍ଥା ୪ ଦିନ ପର୍ୟ୍ୟନ୍ତ ଲାଗି ରହିବ । ତେବେ ଏ ସ୍ଥିତିରୁ ମୁକୁଳିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଛି ପଦକ୍ଷେପ । ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ଦିଗରେ ଗୁରୁତ୍ବ ଦେଇ କିପରି ପଦକ୍ଷେପ ନିଆଯିବ ସେ ନେଇ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।