ବନ୍ୟାଞ୍ଚଳରେ ଆଉ ୨ ଦିନ ସ୍କୁଲ ଛୁଟି
ବନ୍ୟାଞ୍ଚଳରେ ଆଉ ୨ ଦିନ ସ୍କୁଲ ଛୁଟି
ଭୁବନେଶ୍ୱର : ରାଜ୍ୟରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ସ୍କୁଲଗୁଡ଼ିକ ଆଉ ୨ ଦିନ ଛୁଟି ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ସ୍କୁଲଗୁଡ଼ିକ ସୋମବାର ଓ ମଙ୍ଗଳବାର ବନ୍ଦ ରହିବ । ପରିସ୍ଥିତି ସୁଧୁରିବା ପରେ ସ୍କୁଲ ଖୋଲିବ। ସେହିପରି ଜଗତସିଂହପୁର ଜିଲ୍ଲାପାଳ ମଧ୍ୟ ସୂଚନା ଦେଇଛନ୍ତି । ତେବେ ଅନ୍ୟ ଜିଲ୍ଲା ଗୁଡ଼ିକ ପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ ।
ଅନ୍ୟପଟେ ବାଲେଶ୍ବର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖି ସ୍କୁଲ ଛୁଟି ନିଷ୍ପତ୍ତି ଶିକ୍ଷାଅଧିକାରୀ । ଆଜିଠୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ୟ୍ୟନ୍ତ ସ୍କୁଲ ଛୁଟି ରଖିବାକୁ ନିର୍ଦ୍ଦେଶ । ବସ୍ତା, ବାଲିଆପାଳ, ଜଳେଶ୍ବର, ଭୋଗରାଇ ବ୍ଲକରେ ସ୍କୁଲ ଛୁଟି କରିବାକୁ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଛୁଟି ରହିଲେ ବି ଶିକ୍ଷକ ଏବଂ ଅନ୍ୟ କର୍ମଚାରୀ ସ୍କୁଲ ଆସିବେ । ସ୍କୁଲକୁ ସଫାସୁତୁରା ରଖିବା ସହ ଆବଶ୍ୟକସ୍ଥଳରେ ବନ୍ୟା ବିପନ୍ନଙ୍କ ଆଶ୍ରୟ ପାଇଁ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।




admin 