ବରଯାତ୍ରୀଙ୍କ ସହିତ ନାଚିବାକୁ ମନାକରିବାରୁ ମା’କୁ ମାରିଦେଲେ

ବରଯାତ୍ରୀଙ୍କ ସହିତ ନାଚିବାକୁ ମନାକରିବାରୁ ମା’କୁ ମାରିଦେଲେ

ବରଯାତ୍ରୀଙ୍କ ସହିତ ନାଚିବାକୁ ମନାକରିବାରୁ ମା’କୁ ମାରିଦେଲେ

ବରଗଡ: ଚାଲିଛି ବିବାହ ଋତୁ । ବାହଘରରେ ଡିଜେର ତାଳେ ତାଳେ ଝୁୁମି ସମସ୍ତେ ନାଚିଥାନ୍ତି । କିନ୍ତୁ ବରଯାତ୍ରୀରେ ନାଚିବା କାଳ ସାଜିଛି । ଏହି ନାଚିବାକୁ ନେଇ ଏକ ନାରକୀୟ କାଣ୍ଡ ଘଟିଯାଇଛି । 

ବାହାଘର ଶୋଭାଯାତ୍ରାରେ ନାଚିବାକୁ ମନା କରବାରୁ କନ୍ୟାର ମାଆଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମେଳଛାମୁଣ୍ଡା ଥାନା ସାଲେପାଲି ଗାଁ’ରେ । ଏଭଳି ଆକ୍ରମଣରେ ଗରୁତର କନ୍ୟାଙ୍କ ମାଆ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ମୃତୁ୍ୟବରଣ କରିଛନ୍ତି । 

 ସୂଚନା ଅନୁସାରେ କାଲି ବିଳମ୍ବିତ ରାତିରେ ମେଲଛାମୁଣ୍ଡା ଥାନା ସାଲେପାଲି ଗାଁ’ରେ ବରଯାତ୍ରୀ ଶେଭାଯାତ୍ରା ଯାଉଥିଲା । ବରଯାତ୍ରୀ ସହ ନାଚିବାକୁ ବିରୋଧ କରିବାରୁ ଗାଁ’ର ଦୁଇ ଜଣ କନ୍ୟାର ମା’ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ତାଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ଏଭଳି ଦୁଃଖଦ ଘଟଣା ପାଇଁ ସାରା ଗାଁ’ରେ ଶୋକର ଛାୟା ଖେଳିଯାଇଛି ।