ବର୍ଷା, ଅନୁଭବ ବିବାଦ, ପତ୍ନୀ ପରିଚୟପତ୍ର ବାତିଲ

ବର୍ଷା, ଅନୁଭବ ବିବାଦ, ପତ୍ନୀ ପରିଚୟପତ୍ର ବାତିଲ

ବର୍ଷା, ଅନୁଭବ ବିବାଦ, ପତ୍ନୀ ପରିଚୟପତ୍ର ବାତିଲ

ନୂଆଦିଲ୍ଲୀ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସ୍ପାଉଜ (ପତ୍ନୀ) ପରିଚୟପତ୍ରକୁ ଲୋକସଭା ସଚିବାଳୟ ବାତିଲ କରିଛି । ଏହାକୁ ତୁରନ୍ତ ଦାଖଲ କରିବା ପାଇଁ ବର୍ଷାଙ୍କୁ ପତ୍ର ଲେଖାଯାଇଛି । ଲୋକସଭା ସଚିବାଳୟ ସୁରକ୍ଷା ବିଭାଗର ଉପନିଦେ୍ର୍ଧଶିକା ଦୀପିକା ଭାଲ୍ଲାଙ୍କ ଦ୍ୱାରା ଲେଖାଯାଇଥିବା ପତ୍ରରେ ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ଭାବେ ବର୍ଷାଙ୍କୁ ପ୍ରଦାନ କରାଯାଇଥିବା ସ୍ପାଉଜ ପରିଚୟପତ୍ର (ନମ୍ବର-୩୦୦)କୁ ତୁରନ୍ତ ବାତିଲ କରାଗଲା ବୋଲି ଉଲ୍ଲେଖ କରାଯାଇଛି । ଏହାକୁ ଯଥାଶୀଘ୍ର ଲୋକସଭା ସଚିବାଳୟର ସିପିଆଇସି କାର୍ୟ୍ୟାଳୟରେ ଦାଖଲ କରିବାସ ପାଇଁ ତାଙ୍କୁ କୁହାଯାଇଛି । ସାଂସଦ ଅନୁଭବ ମହାନ୍ତି ଲୋକସଭା ମହାସଚିବଙ୍କୁ ଲେଖିଥିବା ଏକ ପତ୍ର ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଡିସେମ୍ବର ୨୦, ୨୦୨୧ରେ ଅନୁଭବ ଏହି ପତ୍ର ଲେଖିଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ, ତାଙ୍କ ପନôୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ସ୍ପାଉଜ ପରିଚୟପତ୍ର ପ୍ରଦାନ କରାଯାଇଛି । ଏବେ ଏହା ତାଙ୍କ ପାଖରେ ରହିଛି । ନିକଟରେ ବର୍ଷା ପାସପୋର୍ଟ (ଜେନେରାଲ/ଡିପ୍ଲୋମାଟିକ) ତଥା ପାନ ନମ୍ବର ଭଳି ଅନ୍ୟ ସରକାରୀ ଦସ୍ତାବିଜ ହାସଲ କରିବା ପାଇଁ ଜାଲ ଏବଂ ଭୁଲ ସୂଚନା ଦେଇଥିବା ତାଙ୍କ ନଜରକୁ ଆସିଛି । ସାଂସଦଙ୍କ ପନôୀ ରୂପେ ଏଭଳି କାର୍ୟ୍ୟ ଶୋଭନୀୟ ନୁହେଁ । ଜଣେ ଦାୟିତ୍ୱବାନ ତଥା ଆଇନ ପାଳନ କରୁଥିବା ଭାରତୀୟ ନାଗରିକ ଭାବେ ଏହି ପ୍ରସଙ୍ଗରେ ସେ ସମ୍ବନ୍ଧିତ ବିଭାଗକୁ ଅବଗତ କରାଇଛନ୍ତି । ଏହିସବୁ ମାମଲାର ତଦନ୍ତ ଚାଲିଛି । ତଦନ୍ତର ଫଳାଫଳ ଆସିବା ପରେ ସେ ଏ ସମ୍ବନ୍ଧରେ ମଧ୍ୟ ଅବଗତ କରାଇବେ । ବର୍ଷାଙ୍କୁ ଦିଆଯାଇଥିବା ସ୍ୱାଧିକାର, ଅଧିକାର ତଥା ସ୍ପାଉଜ ପରିଚୟ ପତ୍ରକୁ ବାତିଲ କରାଯାଉ । ସଂସଦ ପରିସର ଓ ବିଦେଶ ଭ୍ରମଣ ପାଇଁ ବର୍ଷାଙ୍କ ସ୍ପାଉଜ ପରିଚୟପତ୍ରକୁ ବାରଣ କରାଯାଉ । ସ୍ପାଉଜ ପରିଚୟପତ୍ର ସହିତ ଅନ୍ୟାନ୍ୟ ସ୍ୱାଧିକାର ଓ ଅଧିକାରଗୁଡ଼ିକର ଯେ ଭଳି ବର୍ଷାଙ୍କ ଦ୍ୱାରା ଦୁରୁପଯୋଗ ହେବନାହିଁ, ସେ ନେଇ ଅନୁଭବ ତ୍ୱରିତ ତଥା ଆବଶ୍ୟକ ପଦକ୍ଷେପ ନେବା ପାଇଁ ଲୋକସଭା ମହାସଚିବଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଥିଲେ ।