ବର୍ଷାକୁ ନେଇ ରାଜ୍ୟ ସରକାରଙ୍କୁ ଏମିତି କଟାକ୍ଷ କଲେ ଅପରାଜିତା
ବର୍ଷାକୁ ନେଇ ରାଜ୍ୟ ସରକାରଙ୍କୁ ଏମିତି କଟାକ୍ଷ କଲେ ଅପରାଜିତା
ଭୁବନେଶ୍ୱର; ଲଗାଣ ବର୍ଷାରେ ଉବୁଟୁବୁ ରାଜଧାନୀ। ସ୍ମାର୍ଟସିଟିର ଅବସ୍ଥାକୁ ଦୟନୀୟ। ଏପରି ସ୍ଥିତିରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି ସାଂସଦ ଅପରାଜିତା ଷ଼ଡଙ୍ଗୀ। ରାଜଧାନୀର କିଛି ଫଟୋ ସେୟାର କରି ଅପରାଜିତା ଲେଖିଛନ୍ତି, ଏହା ହେଉଛି ଆମର ସ୍ମାର୍ଟସିଟି । ୨୧ ବର୍ଷର ଶାସନ ପରେ ସ୍ଥିତି ଏଭଳି ରହିଛି। କେନ୍ଦ୍ର ସରକାରଙ୍କ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ଡ୍ରେନେଜ୍ ଡେଭଲପମେଣ୍ଟ ପ୍ଲାନ ନେଇ ପରାମର୍ଶ ଦେଇଥିବା ବେଳେ ଏହା ରାଜ୍ୟ ସରକାରଙ୍କ ଅଳସୁଆମୀ ନା ଉଦାସୀନତା ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ।
ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବେହାଲ ରାଜଧାନୀ ଭୁବନେଶ୍ବର। ଇସ୍କନ ମନ୍ଦିର ସମ୍ମୁଖରେ କୃତ୍ରିମ ବନ୍ୟା ସ୍ଥିତି। କେଉଁଠି ବଲୋରୋ ବୁଡ଼ି ଯାଉଛି ତ ଟ୍ରାକ୍ଟଣ ଭାସୁଛି। ଜାତୀୟ ରାଜପଥରେ ଘଂଟା ଘଂଟା ଧରି ଚାଲିଲା ପାଣିର ପ୍ରବଳ ସୁଅ । ସମାନ ସ୍ଥିତି ରାଜଧାନୀର ବମିଖାଲ ଅଂଚଳରେ ରାସ୍ତା ଉପରେ ଅଣ୍ଟାଏ ପାଣି। ଘର, ଆପାର୍ଟମେଣ୍ଟ ଭିତରେ ବି ପାଣି ପଶିଲା । ଗାଡି ମୋଟର ବୁଡ଼ିଯାଇଥିଲା। ଲଗାଣ ବର୍ଷାରେ ବେହାଲ ରାଜଧାନୀ।ପ୍ରବଳ ବର୍ଷା ରାଜଧାନୀର ବସ୍ତିଠୁ ନେଇ କଲୋନି ଓ ଆପାର୍ଟମେଣ୍ଟ ବାସିନ୍ଦାଙ୍କୁ ବି ଏକରକମ ଜଳବନ୍ଦୀ କରିଦେଇଛି । ଆଜିର ବର୍ଷାରେ ନୂଆପଲ୍ଲୀ ସ୍ଥିତ ଇସ୍କନ୍ ମନ୍ଦିର ସମ୍ମୁଖରେ ଚିରାଚରିତ ଢ଼ଙ୍ଗରେ କୁତ୍ରିମ ନଦୀର ଆକାର ଧାରଣ କରିଛି। ସମୁଦ୍ରର ଭ୍ରମ ସୃଷ୍ଟି କରୁଥିବା ବର୍ଷା ପାଣିରେ ବହୁ ଗାଡ଼ି ପାଣିରେ ଫସିଯାଇଥିବାବେଳେ ବହୁ ଗାଡ଼ି ଅଧା ବାଟରେ ଅଟକି ଯାଇଥିଲେ।




admin 