ବଲାଙ୍ଗିରିରେ ବିପିସିଏଲର ଲୋକାର୍ପଣ କରିବେ ଉପରାଷ୍ଟ୍ରପତି

ବଲାଙ୍ଗିରିରେ ବିପିସିଏଲର ଲୋକାର୍ପଣ କରିବେ ଉପରାଷ୍ଟ୍ରପତି

ବଲାଙ୍ଗିରିରେ ବିପିସିଏଲର ଲୋକାର୍ପଣ କରିବେ ଉପରାଷ୍ଟ୍ରପତି
ଭୁବନେଶ୍ୱର - ଆସନ୍ତା ୨୭ ତାରିଖ ଦିନ ବଲାଙ୍ଗିରରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଲୋକାର୍ପଣ ଉତ୍ସବରେ ଉପରାଷ୍ଟ୍ରପତି ମୁଖ୍ୟଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଥୱର ଚାନ୍ଦ ଯୋଗଦେବେ । ପ୍ରକାଶଯେ, ୧୯ ମାସରେ ୧୦୩ କୋଟି ଟଙ୍କା ବ୍ୟୟରେ ଏହି ବଟଲିଂ ପ୍ଲାଣ୍ଟ ନିର୍ମିତ ହୋଇଛି । ଏହି ବଟଲିଂ ପ୍ଲାଣ୍ଟର ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉପôାଦନ କ୍ଷମତା ରହିଛି । ଏହି ପ୍ଲାଣ୍ଟ ଦ୍ୱାରା ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲା ଉପକୃତ ହେବେ ବୋଲି ଲୋକାର୍ପଣ ପୂର୍ବରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିପିସିଏଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।