ବଲିଉଡ୍‌ରେ ପସନ୍ଦ ଓଡ଼ିଶା ଗଞ୍ଜେଇ

ବଲିଉଡ୍‌ରେ ପସନ୍ଦ ଓଡ଼ିଶା ଗଞ୍ଜେଇ

ବଲିଉଡ୍‌ରେ ପସନ୍ଦ ଓଡ଼ିଶା ଗଞ୍ଜେଇ

ଭୁବନେଶ୍ୱର: ଓଡ଼ିଶାରେ ମିଳୁଥିବା ଗଞ୍ଜେଇର ଭାରି ଚାହିଦା।  ଦେଶର ବଡ଼ବଡ଼ ସହରରେ ରହୁଥିବା ଅଣ ଓଡ଼ିଆଙ୍କର ଭାରି ପସନ୍ଦ। ଦିଲ୍ଲୀ ଓ ମୁମ୍ବାଇରେ ଏହାର ଚାହିଦା ସର୍ବାଧିକ। ଆଉ ବଲିଉଡ୍ କଳାକାରମାନେ ବି ଓଡ଼ିଶା ଗଞ୍ଜେଇ ପାାଇଁ ପାଗଳ। ଏହା ଏକାଧିକଥର ପ୍ରମାଣିତ ହୋଇସାରିଛି। ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ମାମଲାରେ ନିଶାଦ୍ରବ୍ୟର ଓଡ଼ିଶା ଲିଙ୍କ୍ ମିଳିଥିବାବେଳେ ସଦ୍ୟ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସପାର୍ଟି ସହିତ ବି ଓଡ଼ିଶା ଗଞ୍ଜେଇର ସଂପର୍କ ଥିବା ଜଣାପଡ଼ିଛି । ୨୦୨୦ ଜୁନରେ ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ସେତେବେଳେ ବଲିଉଡରେ ଡ୍ରଗ୍ସ କାରାବାର କଥା ପଦାକୁ ଆସିଥିଲା । ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଯେତେବେଳେ ଏନସିବି ଗିରଫ କରିଥିଲା; ନିଶା କାରବାର ସମ୍ପର୍କରେ ଗୋଟିଏ ପରେ ଗୋଟିଏ ତଥ୍ୟ ପଦାକୁ ଆସିଥିଲା । ଏପରିକି ନିଶା ମାଫିଆମାନେ ଓଡ଼ିଶାରୁ ମୁମ୍ବାଇକୁ ଟ୍ରେନ୍ ଯୋଗେ ଗଞ୍ଜେଇ ଚାଲାଣ କରିଥିବା ଚର୍ଚ୍ଚା ହୋଇଥିଲା ।