ବସ୍ ଦୁର୍ଘଟଣାରେ ୪ ଜଣ ଆହତ

ବସ୍ ଦୁର୍ଘଟଣାରେ ୪ ଜଣ ଆହତ

ବସ୍ ଦୁର୍ଘଟଣାରେ ୪ ଜଣ ଆହତ
ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନାର ଚାରିଛକସ୍ଥିତ ବ୍ଲକ କାର୍ୟ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଉପରେ ଗୁରୁବାର ବଡ଼ି ଭୋର ସମୟରେ ଛିଡ଼ା ହୋଇଥିବା ଏକ ମାଲ ବୋଝେଇ ହାଇୱାକୁ ପଛପଟୁ ଧକ୍କାଦେଲା ଏକ ଯାତ୍ରୀବାହୀ ବସ। ଏହାଫଳରେ ବସରେ ଥିବା ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ମୁତାବକ ଯାତ୍ରୀବାହୀ ବସଟି ମାଲକାନଗିରିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଚାରିଛକ ନିକଟରେ ଛିଡ଼ା ହୋଇଥିବା ଏକ ହାଇୱାକୁ ପଛରୁ ଧକ୍କା ଦେଇଥିଲା। ଫଳରେ ବସର ୪ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ଗୋଟିଏ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ୪୦ଜଣ ଯାତ୍ରୀ। ଅନ୍ୟପଟେ ଘଟଣାସ୍ଥଳରୁ ହାଇୱା ଗାଡ଼ିଟି ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୁରୁଣା କଟକ ଥାନା ପୁଲିସ ବସଟିକୁ ଥାନାକୁ ନେଇ ଦୁର୍ଘଟଣାର ତଦନ୍ତ ଜାରି ରଖିଛି।