ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ମାମଲାର ଅନ୍ତ ଘଟିଲା

ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ମାମଲାର ଅନ୍ତ ଘଟିଲା

ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ମାମଲାର ଅନ୍ତ ଘଟିଲା
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ମାମଲାର ପରିସମାପ୍ତି ଘଟାଇଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ଓ ସିବିଆଇ ପକ୍ଷରୁ ସତ୍ୟପାଠ ଦାଖଲ ପରେ ହାଇକୋର୍ଟ ଏହି ମାମଲାର ପରିସମାପ୍ତି ଘଟାଇଛନ୍ତି । ଏହି ମାମଲାର ସମସ୍ତ ଅଭିଯୁକ୍ତ ଗିରଫ ହୋଇସାରିଥିବା ରାଜ୍ୟ ସରକାର ଓ ସିବିଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ମାମଲାର ମୁଖ୍ୟଅଭିଯୁକ୍ତ ନିକଟରେ ଗିରଫ ହୋଇଥିବା ନେଇ ସତ୍ୟପାଠ ଦାଖଲ ହୋଇଛି । ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା । ତଦନ୍ତରେ ଶିଥିଳତା ଓ ଷଡ଼ଯନ୍ତ୍ର ଅଭିଯୋଗ କରି ଅଞ୍ଜନା ମିଶ୍ର ମାମଲା କରିଥିଲେ ।