ବହୁ ଚର୍ଚ୍ଚିତ ରାଇରଙ୍ଗପୁର ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ ଦୁଇ ମହିଳା ସହଯୋଗୀ ଗିରଫ

ବହୁ ଚର୍ଚ୍ଚିତ ରାଇରଙ୍ଗପୁର ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ ଦୁଇ ମହିଳା ସହଯୋଗୀ ଗିରଫ

ବହୁ ଚର୍ଚ୍ଚିତ ରାଇରଙ୍ଗପୁର ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ ଦୁଇ ମହିଳା ସହଯୋଗୀ ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି) - ଗତ ନଭେମ୍ବର ୩୦ ରାତି ପ୍ରାୟ ୮.୩୦ ସମୟରେ ରାଇରଙ୍ଗପୁର ମହାବିଦ୍ୟାଳୟରେ ନବ ନିଯୁକ୍ତ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ରୁକ୍ମିଣୀ ମଣ୍ଡଳ ଛାତ୍ରୀ ନିବାସରେ ଆତ୍ମହତ୍ୟା କରିଥିଲେ । ଏହାକୁ ନେଇ ସାରା ଓଡ଼ିଶାରେ ରାଜନୈତିକ ଝଡ ସୃଷ୍ଟି ହୋଇଥିଲା । କେନ୍ଦୁଝରରେ ସଂପର୍କୀୟ ଘରକୁ ଯାଇ ଯୌନ ଶୋଷଣର ଶିକାର ହେବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ନ୍ୟାୟ ନ ପାଇ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ଉକ୍ତ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ସହ ତିନି ଜଣ ଗିରଫ ହୋଇଥିବା ବେଳେ ଶୁକ୍ରବାର ଦିନ ଦୁଇ ସଂପର୍କୀୟା ମହିଳା କେନ୍ଦୁଝର ଜିଲ୍ଲାର ଉମାଦେଇପୁର ଗାଁର ମିନ୍ମୟୀ ସାହୁ ଏବଂ ଘଷିପୁରା ଅନ୍ତର୍ଗତ ମୁରାବାଲି ଗାଁର ଶୈଳବାଳା ସାହୁଙ୍କୁ ଆଇପିସି ଧାରା ୩୦୬,୫୦୬,୩୪ ଅନୁସାରେ ପୁଲିସ ଗିରଫ କରିଛି ।