ବାପପୁଅ ଗଲେ ଜେଲ

ବାପପୁଅ ଗଲେ ଜେଲ

ବାପପୁଅ ଗଲେ ଜେଲ

ଭୁବନେଶ୍ୱର: ସରିଲା ଗୁରୁଜୀଙ୍କ ଖେଳ! ବହୁଚର୍ଚ୍ଚିତ ଗୁୁରୁଜୀ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ଆଜି ପୋଲିସ ଗିରଫ କରିବା ପରେ ଦୁହିଁଙ୍କୁ ଏବେ ଜେଲକୁ ପଠାଇ ଦିଆଯାଇଛି । ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ମିଳିଥିବା ସୂଚନା ମୁତାବକ ଦୁହିଁଙ୍କୁ ଏବେ ଖୋର୍ଦ୍ଧା ସବଜେଲକୁ ପଠାଇ ଦିଆଯାଇଛି, ସେମାନଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ ଆବେଦନ କରିନାହିଁ । ତେବେ ଦୁଇ ବାପ-ପୁଅଙ୍କୁ ୧୪ ଦିନ ଅବଧି ପାଇଁ ପୋଲିସ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ବୋଲି ସୂଚନା ମିଳୁଛି|

ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ପାଇଁ ଅଡ଼ୁଆ ଧୀରେ ଧୀରେ ବଢିବାରେ ଲାଗିଛି ।  ତାଙ୍କ ବିରୋଧରେ ଆଜି ଆଉ ଏକ ଏତଲା ଦିଆଯାଇଛି| ଅନ୍ୟପକ୍ଷରେ ମାନବବାଦ ସଂଗଠନ ବିରୋଧରେ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଅପରାଧର ଫର୍ଦ୍ଦ। ସଂଗଠନରେ ସାମିଲ ନ ହେଲେ ଲୋକଙ୍କୁ ନିର୍ଯାତନା ଧମକଚମକ ଦେବାର ଭିଜୁଆଲ ଭାଇରାଲ ହେବାପରେ ଏବେ ସାମ୍ନାକୁ ଆସିଛି ଆଉ ଏକ କଳା ଅଧ୍ୟାୟ। ଏବେ ସଂଗଠନର ଏକ ଲିଫଲେଟ୍ ସାମ୍ନାକୁ ଆସିଛି। ଏହା ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ନାମରେ ଭାଇରାଲ ହେଉଛି ଏକ ଶପଥ ପତ୍ର । ଏହି ଶପଥ ପତ୍ର ଅନୁସାରେ ମାନବବାଦ ସଂଗଠନର ସଦସ୍ୟଙ୍କୁ ଶପଥ କରାଯାଉଥିଲା।  ସେମାନଙ୍କ ପରିଚୟ, ଶତ୍ରୁର ପରିଚୟ, ସାମାଜିକ ଦାୟିତ୍ୱ, ବ୍ୟକ୍ତିଗତ କର୍ତ୍ତବ୍ୟ  ଓ ଅନ୍ତିମ ପ୍ରତିଜ୍ଞା ବିଷୟରେ ଏଥିରେ ଉଲ୍ଲେଖ ରହିଛି। ନିଜକୁ ଦ୍ରାବିଡ଼ ବୋଲି ଉଲ୍ଲେଖ କରିବା ସହ ଆର୍ୟ୍ୟମାନେ ସେମାନଙ୍କର ଶତ୍ରୁ ବୋଲି ଏଥିରେ ଲେଖାଯାଇଛି।