ବାରବାଟୀ ଯାଉଛନ୍ତି କି, ସାଙ୍ଗରେ ନେଇପାରିବେନି ଏହି ଜିନିଷ
ବାରବାଟୀ ଯାଉଛନ୍ତି କି, ସାଙ୍ଗରେ ନେଇପାରିବେନି ଏହି ଜିନିଷ
ଭୁବନେଶ୍ୱର: ଆସନ୍ତାକାଲି ବାରବାଟୀରେ ଟି-୨୦ ମ୍ୟାଚ । ତେବେ ଷ୍ଟାଡିୟମକୁ ପାଣି ବୋତଲ ଓ ବାହାର ଖାଦ୍ୟକୁ ମନା କରାଯାଇଛି । କେବଳ ସେତକ ନୁହେଁ ମ୍ୟାଚ ବକ୍ସ, ହେଲମେଟ ଓ ବ୍ୟାଗ ମଧ୍ୟ ଷ୍ଟାଡିୟମକୁ ଅନୁମତି ନାହିଁ । ସେହିପରି ଖୁଚୁରା ପଇସା ନଆଣିଲେ ଭଲ ବୋଲି ଡିସିପି ପିନାକ ମିଶ୍ର ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେହିପରି ଟିକେଟରେ ନୋ ମାସ୍କ ନୋ ଏଣ୍ଟି୍ର ବୋଲି ଲେଖା ଅଛି । ତେଣୁ ମାସ୍କ ପିନ୍ଧିବାକୁ ସେ ଅନୁରୋଧ କରିଛନ୍ତି । ଷ୍ଟାଡିୟମରେ ମୁତୟନ ପୁଲିସ ମଧ୍ୟ ମାସ୍କ ପିନ୍ଧିବେ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି ।
ଏହାଛଡ଼ା ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ପୁଲିସ ମୁତୟନ ହେବେ । ୩ଜଣ ଡିସିପି, ୭ ଅତିରିକ୍ତ ଡିସିପି ଓ ୩୨ ଜଣ ଏସିପି ମୁତୟନ ହେବେ । ୪୫ ଜଣ ଇନସ୍ପେକ୍ଟର ଓ ୨୭୦ ଜଣ ଏସଆଇ ର୍ୟାଙ୍କ ଅଧିକାରୀ ମଧ୍ୟ ମୁତୟନ ହେବେ । ୧୧୩ ଜଣ ଟ୍ରାଫିକ ପୁଲିସ ଓ ୪୩ ଜଣ ମହିଳା କନଷ୍ଟେବଳ ରହିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।




admin 