ବାରାଣାସୀରେ ଲଢି ପାରନ୍ତି ପ୍ରିୟଙ୍କା ଗାନ୍ଧୀ

ବାରାଣାସୀରେ ଲଢି ପାରନ୍ତି ପ୍ରିୟଙ୍କା ଗାନ୍ଧୀ

ବାରାଣାସୀରେ ଲଢି ପାରନ୍ତି ପ୍ରିୟଙ୍କା ଗାନ୍ଧୀ
ବାରାଣାସୀରେ ଲଢି ପାରନ୍ତି ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ନୌ: କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ବାରଣାସୀ ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢିବା ନେଇ ସରଗରମ ଚର୍ଚ୍ଚା ଚାଲିଛି । ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଏ ନେଇ ପୂର୍ବରୁ ସଙ୍କେତ ଦେଇସାରିଥିବା ବେଳେ ଆଜି ପ୍ରିୟଙ୍କା କହିଛନ୍ତି ଯେ ଯଦି ତାଙ୍କ ଭାଇ ଦଳ ସଭାପତି ରାହୁଲ ଗାନ୍ଧୀ ଚାହିବେ ସେ ବାରଣାସୀ ଆସନରୁ ଲଢିବେ । ବାରାଣାସୀରୁ ଲଢିବାକୁ ସୁଯୋଗ ମିଳିଲେ ମୁଁ ବହୁତ ଖୁସି ହେବି ବୋଲି ପ୍ରିୟଙ୍କା କହିଛନ୍ତି । କେରଳର ୱାୟନାଡରେ ୨ ଦିନ ପ୍ରଚାର କରି ଆଜି ୟୁପି ଫେରିଥିବା ପ୍ରିୟଙ୍କା କହିଛନ୍ତି ଯେ ସ୍ଥାନୀୟ କାର୍ଯ୍ୟକର୍ତା ସେ ଏହି ଆସନରୁ ଲଢିବା ଚାହୁଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିବା ପୂର୍ବରୁ କଂଗ୍ରେସ କେତେକ ଆଭ୍ୟନ୍ତରୀଣ ସର୍ଭେ ଚଳାଇଛି । ବାରଣାସୀରେ ୨୦୧୬ରେ କଂଗ୍ରେସ ଅଜୟ ରାଓଙ୍କୁ ଟିକଟ ଦେଇଥିଲା । ବିଗତ ୫ ବର୍ଷ ମଧ୍ୟରେ ଏହି ଆସନରେ ଦଳର ସାଂଗଠନିକ ସ୍ଥିତି ବିଶେଷ ଭଲ ନଥିବା ବେଳେ ନିକଟରେ ପ୍ରିୟଙ୍କାଙ୍କ ନୌକା ଯାତ୍ରା ପରେ ସ୍ଥିତିରେ ସାମାନ୍ୟ ଉନ୍ନତି ହୋଇଛି । ଏଭଳି ସ୍ଥତିରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରାଯିବ କି ନାହିଁ, ସେ ଦଳ ଦଳୀୟ ନେତାଙ୍କ ମନ୍ଥନ ଜାରି ରହିଛି ।