ବାହାଘରର ମାତ୍ର ୧୧ ଦିନ ପରେ ଜଣେ ନବବଧୂ ପ୍ରେମିକ ସହ ଫେରାର

ବାହାଘରର ମାତ୍ର ୧୧ ଦିନ ପରେ ଜଣେ ନବବଧୂ ପ୍ରେମିକ ସହ ଫେରାର

ବାହାଘରର ମାତ୍ର ୧୧ ଦିନ ପରେ ଜଣେ ନବବଧୂ ପ୍ରେମିକ ସହ ଫେରାର

ବାଲିଅନ୍ତା: ବାହାଘରର ମାତ୍ର ୧୧ ଦିନ ପରେ ଜଣେ ନବବଧୂ ପ୍ରେମିକ ସହ ଫେରାର ହୋଇଯିବା ଓ ପ୍ରେମିକକୁ ପୁଲିସ କାବୁ କରିବା ଘଟଣା ସ୍ଥାନୀୟ କାକରୁଦ୍ରପୁର ଗ୍ରାମ ସମେତ ବ୍ଲକରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି । ସୂଚନା ଅନୁଯାୟୀ, କାକରୁଦ୍ରପୁର ଗ୍ରାମର ପ୍ରମୋଦ କୁମାର ମିଶ୍ର (୩୦) ଗତ ୧୬ ତାରିଖରେ ଶ୍ରୀଲିଙ୍ଗରାଜ ଥାନା ଅଧିନ ଗୋଡ଼ିପୋଖରୀ ସାହିରେ ବିବାହ କରିଥିଲେ । ବିବାହ ପରେ ପରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା । ଗତ ୨୭ ତାରିଖ ଦିନ ଦି ପହରରେ ଘରର ସମସ୍ତ ସଦସ୍ୟ ଶୋଇପଡ଼ିବା ପରେ ନବବଧୂ ଜଣକ ଘର ଆଗରେ ଅପେକ୍ଷା କରିଥିବା ପ୍ରେମିକ ସହ ଫେରାର ହୋଇଯାଇଥିଲେ । ପରିବାରଲୋକ ବହୁ ଖୋଜାଖୋଜି ପରେ ନପାଇବାରୁ ତାଙ୍କ ବୋହୂକୁ କେହି ଅପହରଣ କରିନେଇଥିବା ନେଇ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିଲେ । ବାଲିଅନ୍ତା ଥାନା ପୁଲିସ ଏହାର ତଦନ୍ତ କରି ଶ୍ରୀଲିଙ୍ଗରାଜ ଥାନା ପୁଲିସ ସହୟତାରେ ସେମାନଙ୍କୁ ଉଦ୍ଧାର କରିଥିଲା । ହେଲେ ନବବଧୂକୁ ତାଙ୍କ ଶାଶୁଘର ଲୋକ ନେବାକୁ ମନା କରିବାରୁ ବାଲିଅନ୍ତା ଥାନା ପୁଲିସ ତାଙ୍କ ବାପଘର ଲୋକଙ୍କ ଜିମା ଦେଇଛି । ସେହିପରି ପୁଲିସ ପ୍ରେମିକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।