ବାହ୍ୟ ଜଗତରୁ ବିଚ୍ଛିନ୍ନ କାଶ୍ମୀର

ବାହ୍ୟ ଜଗତରୁ ବିଚ୍ଛିନ୍ନ କାଶ୍ମୀର

ବାହ୍ୟ ଜଗତରୁ ବିଚ୍ଛିନ୍ନ କାଶ୍ମୀର
ଶ୍ରୀନଗର: କାଶ୍ମୀରରେ ପ୍ରବଳ ବରଫପାତ ଯୋଗୁଁ ଏହା ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଲଗାତାର ୩ ଦିନ ଧରି କାଶ୍ମୀର ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଭୂସ୍ଖଳନ ହୋଇ ଯାତାୟାତ ବନ୍ଦ ରହିଛି । ବରଫପାତ ଯୋଗୁଁ ଶ୍ରୀନଗରରୁ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ସ୍ଥାନରେ ୫୦୦ ଅଧିକ ଗାଡ଼ି ଅଟକି ରହିଛି । ପାଗ ଅତ୍ୟନ୍ତ ଖରାପ ରହିଥିବାରୁ ଏବଂ ବରଫପାତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି । ପ୍ରବଳ ବରଫପାତ ଯୋଗୁଁ ପ୍ରମୁଖ ରାଜପଥ ଗୁଡ଼ିକ ବନ୍ଦ ରହିଛି ।