ବିଜେଡ଼ି କଳି ପାଇଁ ଭାଙ୍ଗିଲା ଗାନ୍ଧୀଙ୍କ ମୂର୍ତି

ବିଜେଡ଼ି କଳି ପାଇଁ ଭାଙ୍ଗିଲା ଗାନ୍ଧୀଙ୍କ ମୂର୍ତି

ବିଜେଡ଼ି କଳି ପାଇଁ ଭାଙ୍ଗିଲା ଗାନ୍ଧୀଙ୍କ ମୂର୍ତି
ଭୁବନେଶ୍ୱର : ସାରା ଦେଶରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ ହେଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ନେଇ ବିଭିନ୍ନ ସଂସ୍ଥାଗୁଡ଼ିକ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ଆଦର୍ଶ ଓ ବିଚାରଧାରାର ପ୍ରଚାର ପ୍ରସାର କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ ନିମନ୍ତେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନେକ ସ୍ଥାନରେ ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କାର୍ଯ୍ୟକ୍ରମ ମଧ୍ୟ ହେଉଛି । କିନ୍ତୁ ସାଲେପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବିଜେଡ଼ି ସଭାପତିଙ୍କ ଗାନ୍ଧୀ ଆଦର୍ଶକୁ ବିଜେଡ଼ି କର୍ମୀମାନେ ଫୁ’ କରିଦେଇଛନ୍ତି । ସାଲେପୁର ବ୍ଳକ ସିଧୋ ଗ୍ରାମ ପଂଚାୟତର ଦୃଶ୍ୟ ଯେକେହି ଗାନ୍ଧୀପ୍ରେମୀଙ୍କୁ ବ୍ୟଥିତ କରିବ । ମିଳିଥିବା ସୂଚନାନୁଯାୟୀ, ବିଜେଡ଼ିର ଦୁଇ ଗୋଷ୍ଠୀ ମଧ୍ୟରେ କଳହ ହୋଇଥିବାବେଳେ ହାତାହାତି ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା । ଶେଷକୁ ବିବାଦ ଏମିତି ସ୍ତରରେ ପହଁଚି ଯାଇଥିଲାଯେ, ସେମାନେ ଗାନ୍ଧୀ ପ୍ରତିମୂର୍ତି ଉପରେ ନିଜର ରାଗ ଶୁଝାଇଥିଲେ । ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିକୁ ବିଜେଡ଼ି କର୍ମୀମାନେ ଉପାଡ଼ି ତଳେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ପ୍ରଶାସନ କିନ୍ତୁ ନୀରବଦ୍ରଷ୍ଟା ସାଜିଛି । ଶାସକ ଦଳର ଚାପରେ ଜାଣିଶୁଣି ଅପରାଧିଙ୍କୁ ଧରାଯାଉନାହିଁ ବୋଲି ସାଲେପୁରର କେତେକ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହା କ’ଣ ବିଜେଡ଼ି କର୍ମୀଙ୍କ ସମ୍ମାନ ବୋଲି ପ୍ରଶ୍ନ ଉଠିଛି ।