ବିଜେଡି ଲହରୀ ମାଡ଼ିଚାଲିଛି
ବିଜେଡି ଲହରୀ ମାଡ଼ିଚାଲିଛି
ଭୁବନେଶ୍ୱର: ଆଜି ପଞ୍ଚାୟତ ଭୋଟ ଗଣତିର ଦ୍ୱିତୀୟ ଦିନ । ତେବେ ବର୍ତ୍ତମାନର ଟ୍ରେଣ୍ଡିଂ ଅନୁସାରେ ସକାଳ ସାଢ଼େ ୧୧ଟା ସୁଦ୍ଧା ୪୭୪ ଜିଲ୍ଲା ପରିଷଦ ଆସନରୁ ବିଜେଡି-୪୦୯ ଆସନ ଅକ୍ତିଆର ଦିଗରେ ମାଡ଼ି ଚାଲିଛି। ଦୁଇ ବିରୋଧୀ ବିଜେପି ଓ କଂଗ୍ରେସଠୁ ବହୁ ଆଗରେ ରହିଛି ବିଜେଡି । ପ୍ରଥମ ଦିନ ପଞ୍ଚାୟତ ଭୋଟ୍ ଗଣତିରୁ ଯେଉଁ ସଂଖ୍ୟା ଆସୁଛି ତାହା ଶାସକ ବିଜେଡି ପାଇଁ ସୁନାମି ସଦୃଶ ହୋଇଛି। ପ୍ରଥମ ଦିନର ଭୋଟ ଗଣତିରେ ବିଜେଡିକୁ ମିଳିଛି ବିପୁଳ ସଫଳତା। ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ସଙ୍କେତ ମିଳୁଥିଲା । କିନ୍ତୁ ବିଜେପି ଓ କଂଗ୍ରେସକୁ ଏତେ ପଛରେ ପକାଇ ଦେବ ବୋଲି ବୋଧହୁଏ କେହି ଭାବି ନଥିଲେ ।
ସେହିପରି ବିଜେପି-୨୨, କଂଗ୍ରେସ ୧୭ ଓ ଅନ୍ୟ ୦୫ରେ ଆଗୁଆ ରହିଛି।
ଜ୍ୟରେ ଚାଲିଛି ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି। ଅଜି ସକାଳ ୮ଟାରୁ ଦ୍ଵିତୀୟ ପର୍ୟ୍ୟାୟ ଭୋଟ ଗଣତି ଆରମ୍ଭ ହୋଇଛି। ୩୦୭ ଜିଲ୍ଲା ପରିଷଦ ଜୋନରେ ଚାଲିଛି ଭୋଟ୍ ଗଣତି କାର୍ୟ୍ୟ। ଫେବ୍ରୁଆରୀ ୨୮ ଭୋଟ୍ ଗଣତି କାର୍ୟ୍ୟ ଶେଷ ହେବ। ଗଣତି କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ଚାଲିଥିବା ବେଳେ, ମୋଟ ୧ ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡ ମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଗତକାଲି ଭୋଟ୍ ଗଣତିର ପ୍ରଥମ ଦିନରେ ୩୧୫ ଜୋନରେ ଭୋଟ୍ ଗଣତି ହୋଇଥିଲା।




admin 