ବିଜେଡିରେ ସମାଜସେବା ଶାଖା

ବିଜେଡିରେ ସମାଜସେବା ଶାଖା

ବିଜେଡିରେ ସମାଜସେବା ଶାଖା
ଭୁବନେଶ୍ୱର: ବିଜୁ ଜନତା ଦଳରେ ହେବ ସୋସିଆଲ ସର୍ଭିସ ବା ସମାଜସେବା ଶାଖା । ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ ଆରମ୍ଭ କରାଯାଇଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହି ଅସବରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ । ଜୀବନ ବିନ୍ଦୁ ଜରିଆରେ ୩ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ନବୀନ କହିଥିଲେ । ଅନ୍ୟପକ୍ଷରେ ବିଜେଡିର ଏହି ଜନସମ୍ପର୍କ ପଦଯାତ୍ରାରେ ନବୀନ ଦଳୀୟ ନେତାଙ୍କୁ କିଛି ମନ୍ତ୍ର ବି ଦେଇଛନ୍ତି । ଲୋକଙ୍କ ସମସ୍ୟା ବୁଝିବାକୁ ନବୀନ ଦଳୀୟ ନେତାଙ୍କୁ କହିଛନ୍ତି । ଏହାଛଡ଼ା ସରକାରଙ୍କ ଭଲ କାମ ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ଆହ୍ୱାନ ଦେଇଛନ୍ତି ।